STORYMIRROR

Prasanna kumar sahu

Romance

4  

Prasanna kumar sahu

Romance

କବି ମୁହିଁ ପ୍ରିୟା ପାଇଁ

କବି ମୁହିଁ ପ୍ରିୟା ପାଇଁ

1 min
771

କବି ମୁ ସାଜିଛି

ତୁମ ପାଇଁ ପ୍ରିୟେ

ପ୍ରତିଦିନ ଲେଖୁଥାଏ,

ତୁମେ ସିନା ନାହଁ

ମୋର ପାଶେ ପ୍ରିୟା

ସଦା ତନୁ ଦେଖୁଥାଏ।


ସାଇତି ରଖିଛି

ତୁମରି ତନୁକୁ

ମନର ସିନ୍ଧୁକ ଠାରେ,

ସେହି ସିନ୍ଧୁକ ରୁ

ବାହାରି ଆସଇ

ମୋର ଚକ୍ଷୁ ସମ୍ମୁଖରେ।


ଅତୀତର ସ୍ମୃତି

ମନକୁ ଆସଇ

ଲେଖକ କବିତା ବସି,

ପାଗଳ ବୋଲିଣ

କହନ୍ତି ସଭିଏଁ

ମୁରୁକି ହସାକୁ ହସି।


ସେ କଟୁ ମନ୍ତ୍ବ୍ୟବ୍ୟ

ସହିବାକୁ ପ୍ରିୟେ

ମୋ ଠାରେ ଧର୍ଯ୍ୟ ରହିଛି,

ମୁହୂର୍ତ୍ତେ ମଧ୍ୟ ଯେ

ତୁମକୁ ନଭାବି

ମୁହିଁ କାହିଁ ରହି ପାରୁଛି।


ପ୍ରତି କବିତାରେ

ଲେଖୁଅଛି ମୁହିଁ

ତୁମର ସ୍ମୃତିକୁ ପ୍ରିୟେ,

ସେଥିପାଇଁ ମୋତେ

ପାଗଳ କବି ଯେ

ସାହିତ୍ୟ ସମାଜ କହେ।


ସମାଜ ପ୍ରଦତ୍ତ

ପାଗଳ ଆଖ୍ୟାକୁ

ହଜମ କରି ପାରୁଛି,

ତୁମ କଥା ସବୁ

ଘଡ଼ିଏ ନଭାବି

ସତେ ନରହି ପାରୁଛି।


ତୁମ ପ୍ରତିଦାନ

ଭଲ ପାଇବାର

ପାଗଳ ଆଖ୍ୟା ମିଳିଲା,

ଯିଏ ଯାହା କହୁ

ସମାଜରେ ଆଜି

ମୋର କିସ ବା ହୋଇଲା ।


ଏତିକି ତୁମକୁ

ଧନ୍ୟବାଦ୍ ଦେବି

ସୁଯୋଗ ଟିକିଏ ପାଇଁ,

ତୁମ ସ୍ମୃତି ସବୁ

ଲେଖି ଏହିଠାରେ

ଯାଇଛି କବି ଟି ହୋଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance