STORYMIRROR

Sanjaya Ananda Kumar Tripathy

Romance

4  

Sanjaya Ananda Kumar Tripathy

Romance

ଲାଜ କରୁଥାଅ କେତେ

ଲାଜ କରୁଥାଅ କେତେ

1 min
370

ମୋ ଆଖିରେ ତୁମ ଆଖି ମିଶିଗଲେ

ଲାଜ କରୁଥାଅ କେତେ,

ସତ କହ ତୁମେ ମନ ଖୋଲି ଆଜି

ପ୍ରେମ ହେଲା ମୋର ସାଥେ ।


ଲୁଚି ଲୁଚି ତୁମ ଆଖି ଚାହାଣୀରେ

କହିଦିଅ କେତେ କଥା,

କଥା ନୁହେଁ ସେତ ତୁମର ମନର

ପ୍ରେମର ଗୀତି କବିତା ।


ଆଙ୍ଗୁଳିକୁ ତୁମ ଦାନ୍ତ ତଳେ ନେଇ

ଚାପି କେତେ ଦେଉଅଛ,

ଇଏ ତ ପ୍ରେମର ଅସଲ ଲକ୍ଷଣ

ମୋତେ କାହିଁ ଲୁଚାଉଛ ।


ଲୁଚାଇଲେ କଣ ପ୍ରେମ ଲୁଚିଯିବ

ଏକଥା ଭାବୁଛ ମନେ,

ପ୍ରେମ ପରା ଏକ ସୁଗନ୍ଧିତ ଫୁଲ

ଫୁଟେ ମନ ଉପବନେ ।


ସବୁ ଜାଣୁ ଅଛି ତଥାପି ତୁମେ ଗୋ

ଲୁଚାଉଛ କାହିଁ ମୋତେ,

ମୋ ନାଆଁ ଶୁଣିଲେ ତୁମରି ଚେହେରା

ଝଲସି ଉଠୁଛି ସତେ ।


ତୁମରି ଘରକୁ ଆସିଗଲେ ମୁହିଁ

ପରଦା ପଛରେ ରୁହ,

ମୋତେ ନ ଦେଖିଣ ପରଦା ପଛରେ

ଛଟପଟ ହେଉଥାଅ ।


ପରଦା ଫାଙ୍କରୁ ଆଖି ଇସାରାରେ

ମୋତେ ପୁଣି ଡାକି ଦିଅ,

ସତ କହ ପ୍ରିୟା କେତେ ଲୁଚାଉଛ

ଇଏ କଣ ପ୍ରେମ ନୁହଁ ।


Rate this content
Log in

Similar oriya poem from Romance