ସ୍ମୃତି ଡାକେ
ସ୍ମୃତି ଡାକେ
ପ୍ରେମ ନଗରୀ ରେ ବିତାଇଥିବା
ବେନାମୀ ଠିକଣା ସ୍ଥାନ ରେ
ଅତୀତ ବୃକ୍ଷ ଛାଇ ତଳେ
କିଛି ଅନ୍ତରଙ୍ଗ ମୁହୂର୍ତ୍ତ
ଆଜି ଲଳିତ କଣ୍ଠରେ କାନ୍ଦେ
ସ୍ମୃତି ଡାକେ ଆଜି ପ୍ରିୟା l
ଅନ୍ଧାର ରାତି ର ଜୋଛନା ରେ
ଶ୍ରାବଣୀ ନଈ ସୁଅରେ ଭାସୁଥିବା
ବିଲୀନ ସମ୍ପର୍କ ର ଡୋରି
ପ୍ରେମ ଅବିର ଦେହେ ମାଖି
ଭିଜୁଥିବା ଅସହାୟ ହୃଦ ଭାବନା
ସମସ୍ତ ଲଜ୍ଜା କୁ ପୋତି ଦେଇ
ଦୁଇ ହୃଦ ଆତ୍ମା ପ୍ରାଣ ର ସେ ମିଳନ
ସ୍ମୃତି ଡାକେ ପ୍ରିୟା l
ଯୌବନ ସୀମା ଲଂଘନ କରି
ପ୍ରଣୟ କୁ ଓଠ ରେ ସଜେଇ
ଅବୁଝା କୋହକୁ ଜନମ ଦେଇ
ପ୍ରୀତି ପଥରେ ସାଇତି ଥିବା
ଗୋଲାପୀ ଓଠ ରେ ଗୋଲାପ ସ୍ପର୍ଶ
ସେ ଦିବସରେ କୋଇଲି ସ୍ୱର
ଆନନ୍ଦ ର ମଧୁର ଦୀର୍ଘ ଅନୁଭବ
ଗଣି ହେବକି ଲୁହର ହସ?
ସ୍ମୃତି ଡାକେ ଆଜି ପ୍ରିୟା l
ରଜନେ ମଧୁର ଚିନ୍ମୟ ର ଭାଷା
ପ୍ରତୀକ୍ଷା ର କଳ୍ପନେ ସମାଧି
ତୁମରି ପ୍ରେମ ଅବିର ଛିଟା ରେ
ଦଳିତ ମଣିଷପଣିଆ ଅପମାନ
ଗୁଜ୍ଜରିତ ଚାରିକୋଣେ ପ୍ରେମ ଧ୍ୱନି
ବିଷାଦ ବେଳା ର ପ୍ରେମ ନୃତ୍ୟ
ମାନସୀ କନ୍ୟା ତଵ ପ୍ରିୟ ପରଶ
ସୌରଭେ ଭରପୁର ବନାନୀ ତନରେ
ମଧୁ ଲଗନେ ସୀମାହୀନ ନଭ ତଳେ
ସଜଳ ରାଶି ରେ ସେ ଇଶ୍ୱରୀୟ ବେଳା
ସ୍ମୃତି ଡାକେ ଆଜି ପ୍ରିୟା l
ସୁଯ୍ୟାସ୍ତ ପରେ ପଶ୍ଚିମା ଆକାଶେ
ପ୍ରକୁତିର ଶାନ୍ତ ସାୟନ୍ତନେ
ନୀଳ ପୋଖରୀ କୂଳରେ
ପବନର ଗୀତି ସାଥିରେ
ମୋ ମନ ପରି ତୁମ ମନ ଟିଏ
ହାତ ପାପୁଲିର କୋମଳ ପରଷ
ତୁମ ଶାନ୍ତ ନୀରବତା ଚାହାଣି
ସଂସାର ବନେ ସୁନ୍ଦର ସୁଷମା
ହର୍ଷଉଲ୍ଲାସ ଭିତରେ ବନ୍ଧା ସେ ଦିନ
ସ୍ମୃତି ଡାକେ ଆଜି ପ୍ରିୟା l
ଦୃଶ୍ୟମାନ ରୂପେଲି ଦୁନିଆ ର
ପ୍ରେମ ଅନୁଲିପ୍ତ ଉଦ୍ୟାନେ
ବୃନ୍ତ ଗହଳ ମଧ୍ୟରେ
ସ୍ୱଇଚ୍ଛା ର ନିମନ୍ତ୍ରଣ ପାଛୋଟି
ଖୁବ ନିକଟରେ ପାଇ
ପ୍ରେମ ପୁଷ୍ପ ମହକରେ ହଜି
ଲେପି ହୋଇ ଥିବା ସେହି
ପ୍ରୀତି ଚାଦର
ନଈ ର ଉଷ୍ଣ ସ୍ରୋତ ରେ
କାଉଁରୀ ତନୁର ଲାଳିମା
ପହଁରୁ ଥାଏ ଉଷ୍ଣତା ର ମୋହ
ସେ ସ୍ମୃତି ଡାକେ ଆଜି ପ୍ରିୟା ll