ବିରହ ମନ
ବିରହ ମନ
ବିରହ ମନ ଖୋଜେ ଆଜି ତତେ
ଅର୍ପିତ ଅଶ୍ରୁ ଧରେ ଢାଳି
ଏ ମନ ତୋର ସ୍ମୃତି ରେ ବିଭୋର
ପାରୁନାହିଁ ତତେ ମୁଁ ଭୁଲି |
ଶ୍ରାବଣ ଝରତେ ହସ ରେ ତୋର
କଥାରେ ଅମୃତ ନିର୍ଝରେ
ହୃଦକମ୍ପନ ତୋ ରୂପ ଲାବଣ୍ୟ
ମନ ମୋହିନୀ ଚାହାଁଣିରେ |
ପଥର ସାଜିଛି ମୋର ଏ ହୃଦୟ
ତୋ ବିନା ଶୁଷ୍କ ମରୁଭୂମି
ସୁଗନ୍ଧ ସବୁଜିମା ତୋ ପରଶେ
ମନ ଡାକେ ସେ ପ୍ରେମ ଭୂମି |
ନିଶବ୍ଦ ଓଠ ପ୍ରେମ ସୁଧାନିଧି
ଜହ୍ନ ପଥେ ତ ସରେ ଦିନ
ସମୀର ନେଉଛି ବାରତା ମୋର
ରାତିସାରା ଯେ ନିଦହୀନ |
ଅସରନ୍ତି ଭାବନା ଆସୁଥାଏ ମନେ
ସପ୍ନ ହୋଇ ହୃଦରେ ବସେ
ଦୂରତା ଅନେକ ଥିଲେ ଥାଉ ପଛେ
ଆଜିବି ଅପେକ୍ଷା ର ଆଶେ |
ମୋ ପ୍ରେମ ନୁହେଁ ସେ ଉଆଁସୀ ରାତି
ରାତିଢଲିଲେ ସରିଯିବ
ତୁମବିନା ପ୍ରିୟା ଏକା ମୁଁ ବଞ୍ଚିଛି
ପ୍ରେମ ତୁମ ପାଇଁ ରହିବ |
ମୋ ପ୍ରେମ ନୁହଁ ସେ ଉଆଁସୀ ରାତି
ଝରୁଥିବ ପୁର୍ଣିମା ପାଇଁ
ଆଜି ଅଛି ସିନା କାଲିକି ରହିବ
ଫେରିବା ବାଟ କୁ ଚାହିଁ |

