STORYMIRROR

Dr Sri sourav Jal

Inspirational

4  

Dr Sri sourav Jal

Inspirational

ମୋ ନୀଳମଣି କୁ..

ମୋ ନୀଳମଣି କୁ..

2 mins
3

ମୋ ନୀଳମଣି କୁ......

ଠାକୁର ଠାକୁର ହେ କଲା ଠାକୁର
କୁଆଡେ ଗଲା ଶୁଣ ମୋ ଗୁହାରି
କେହି ନାହିଁ ଜଗତେ ତୁମ ବିନା ମୋର
ଯିବି କା ପାଖକୁ ଦିଅ ଠାରି

ନୟନ ତୁମ ସପ୍ତ ବ୍ରହଣ୍ଡ ଦର୍ଶନ
ହସ୍ତରେ ଆଶୀର୍ବାଦ ଘେନି ହେ ଠାକୁର
ଆସ ଗ୍ରୁହେ ଧରି ଆନନ୍ଦ ସପନ
ସାଥିରେ ଲହରୀ ଘେନି ଦିଅ ହେ ବର

ସପ୍ତ ବ୍ରମାଣ୍ଢ ଦେହଧାରୀ ଜୀବନ ସାଇ
ପରାଣ ଝୁରେ ତୁମ ଲଗନେ ସେ ନୟନେ
ଲୋତକ ଜୀବନେ ଆସ ଠାକୁର ଆଶା ସଞ୍ଚରି
ନିରାଶା ପରଣେ ତୃପ୍ତ ତୁମ ଠାରେ ଖୋଜେ ମନ

ହସ୍ତ ସଂଚାରୀ ଅକୁହା ବେଦନେ ଡାକେ
ବିରାଟ ଆଶା ନେଇ ତୁମରି ଦ୍ୱାରେ ଡାକୁଛି
ଲୁହଭରା ନୟନେ ଆନନ୍ଦ ଘେନି ପ୍ରେମ ସବଦେ
ଭକ୍ତି ପୁତ ହୃଦୟ ଘେନି ତୁମ ଶରଣେ ଆସିଛି

ନିବେଦନ ତୁମ ଠାରେ ଏତିକି ହେ କଳାକାଁହୁ
ଝୁରୁଛି ସକଳ ପରାଣ ସବୁଦିନେ
ଅନିଦ୍ରା ଆଖିରେ ଦୁଃଖ ଲୋଭ ଘେନି
ମୋ ଦେହରୁ ଜୀବନ ଯେ ଜଗା ଘେନେ ମନେ

ତୁ ମୋ ଜୀବନ ସାଇ ପରାଣ ଗଢିଛୁ ମତେ
ମୁଁ ମାଗିଲେ ଦଉ ନ ମାଗିଲେ ଯାଞ୍ଚି ଦଉ
କି ବନ୍ଧନ ତୁ ସତ୍ୟ ତିଥିରେ ମୋ ଭକତି
ଶେଷ ନିଶ୍ୱାସ ରେ ତୋ ଅନ୍ଧାରେ ନଉ

ଇନ୍ଦ୍ରଧନୁ ନୟନେ ମୁଁ ସୁଖ ପାଇ
ଦର୍ଶନେ ମୋ ଆଶା ରେ ସଜେଇ
କୋଳରେ ସ୍ଥାନ ମାଗେ ଜଗାରେ ମୋ ଜଗା
ତୋ ହସରେ ଝୁରେ ସକଳ ପରାଣ ନେଇ

ଚକା ଆଖିରେ ଆଖି ମିଶିଲେ
ଲୁହରେ ତିକ୍ତତା ଛପନ ପ୍ରକାରେ
ମୁଁ ଅଛି ଆଜି ଦୁର୍ଭାଗ୍ୟ ତୁଳସୀ କରିଦେ ମତେ
ନୀତି ଝୁରିବି ତୋ ହସରେ ମନ ଝୁରେ ରେ

ନିତି ଲେଖେ ଚିଠି ହାତ ଠାରି ନୀଳକଣ୍ଠ ହେ
ନୀଳମଣି ତୁମଠାରେ ମୋ ସରଗ ସୁଖ
ଯାତରା ଦେଖିବାକୁ ଆଶା ନୀଳମଣି ନିତ୍ୟ ସାଇ
ସୁଯୋଗେ ନାଥ ଦେଖିବି ଶ୍ରୀମୁଖ

ଭାବ ଦିଆ ନିଆ ମୋ ତୁମରି ଚରଣେ
ନନ୍ଦିଘୋଷ ଅଟକାଇ ମତେ ଠାରିବ ହେ
ଲେଖିଛି ଆଜି ଚିଠି ତୁମ ଶରଣେ ବିନତି
ଆସିବି କଲାବାମନ ଯେବେ ମନ କହେ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational