STORYMIRROR

Sourav Jal

Abstract Romance Fantasy

4  

Sourav Jal

Abstract Romance Fantasy

ମୋ ପ୍ରିୟା

ମୋ ପ୍ରିୟା

1 min
41

ଜହ୍ନ ରାତିରେ ନିର୍ଝମ ବେଦନାରେ

ଛାଡ଼ିଗଲ କି ହେ ମୋ ପ୍ରିୟା

ଅଛନ୍ନ କରିଛି ରୂପ ଚମତ୍କାର

ଉପେକ୍ଷା ପାରିବି କରି କିଆଁ ।।


ଜୀବନ ବିବର୍ଣ ଯଦି ରଙ୍ଗ ତୋର

କେବେ ନ ଦେଖେ ନୟନ

କିଂ ଦୁର୍ଲଭ ଏ ସର୍ବତ୍ର ପ୍ରେମ ଆମ୍ଭ

କେବେ ଆସିବ ଡାକେ ମନ ।।


କହିବାର ଶକ୍ତି ନାହିଁ ଏ ବୟସରେ

ଆଖିରେ ଲେଖେ ସପନ ମୁ

ଭାଷା ବର୍ଣ ଶବ୍ଦ ଭୁଲୁଣ୍ଠିତ ମୋର

ପ୍ରେମେ ଆଭୋର ବିଭୋର ମୁଁ ।।


ଛାଡିକି ପାରିବି ତମେ ଅନୁଚାନ୍ଦି

ତୁମେ ମୋ ଜୀବନର ନିଶ୍ୱାସ

ନିଦ ନାହିଁ ରାତିସାରା ମୋ ଜୀବନେ

ଆସିବକି ମୋ ହୃଦ ପାଶ ।।


ରଙ୍ଗୀନ ରାତିର ହଜା ସପ୍ନ ହୋଇ

ଟିମ ତିମା ସେ ପ୍ରାତଃ ମନେ

ତୁମ ପାଇଁ ଏ ମୋତି ଝରା ଝରଣା

ଲେପି ଦିଅ ସେ ପ୍ରୀତି ତନେ।।


ଅବୁଝା ଗଣିତ ସୂତ୍ରବଳି ପରି

ଭିଜି ଯାଅ ପ୍ରେମ ନିର୍ଝରେ

ଅଳତା ମାଖି ତନରେ ଭିଯାଏ କି

ଆସିବକି ପ୍ରୀତି ଢଳ ରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract