STORYMIRROR

Sourav Jal

Inspirational Others

3  

Sourav Jal

Inspirational Others

...ହେ ଯୀଶୁ....

...ହେ ଯୀଶୁ....

1 min
656


ହେ ଯୀଶୁ ହେ ଗୁରୁ ମୋହର 

ଇଶ୍ୱର ଙ୍କ ଆଗତ 

ତମସା ଘେରେ ଥିଲି ମୁହିଁ 

ତାମସୀତ ଅତୀତ 


ଜ୍ଞାନ ପ୍ରେମ ଅନନ୍ତ ରବ 

ତୁମ ଠାରୁ ଶୁଣିଲି 

ପାପ କଳୁଷ ଦୂରେଇଲା 

ତୁମ ପଥେ ଚାଲିଲି 


ଅନନ୍ତ ଅସୀମ କରୁଣେ 

ଉଦ୍ଧରିଲା ଜୀବନ 

ଅନ୍ଧାର ଗର୍ତ୍ତ ଗାମୀ ମର୍ତ୍ୟୁ 

ଟାଣି ନେଲ ମୋ ମନ 


ସ୍ୱର୍ଗୁ ଅବତରଣ ଗୁରୁ 

ପଥ ସତ୍ୟ ଜୀବନ 

ତମସା ପରାଣେ ଶୁଣନ୍ତି 

ସକଳ ନିବେଦନ 


ଦୁର୍ଦଶା ଜୀବନେ ତୁମେ ହେ 

ଆଲୋକ ଅଟ ନାଥ 

ତୁମରି ଦୟା ଏ ପରାଣେ 

ରହୁ ତୁମରି ହସ୍ତ 


ଗୁରୁ ମୋର ଜୀବନ ଜ୍ୟୋତି 

ଆଲୋକ ନିବାସୀ ହେ 

ସତ ପ୍ରଣାମ ପାଦେ ତବ 

ଭକତି ଘେନ ଆହେ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational