STORYMIRROR

Sourav Jal

Romance Tragedy Classics

3  

Sourav Jal

Romance Tragedy Classics

ଆଜି ତୁମେ ଖୁସି ତ??

ଆଜି ତୁମେ ଖୁସି ତ??

1 min
193

ବିରହ ଦେଶେ ଏକାକୀ କରି ଦେଇ 

ସେହି କାଉଁରୀ ପରଶର ଲଗନେ 

ମୋ ଭାବନା ର ସମୁଦ୍ର ଲଂଘନ କରି 

ବିଦେଶିନୀ ସାଜି ବେଦନାରେ ଲେପି ଦେଇ 

ଆଜି ତୁମେ ଖୁସି ତ????


ପୀରତି ଚହଟି ହସୁଥିଲା କଅଁଳିଆ ପ୍ରାତଃ 

ଗୀତ ଗାନ କରୁଥିଲା ହୃଦ କଲକଣ୍ଠ 

ନିର୍ଜୁମ ରାତିରେ ହୃଦଶଂଗିନୀ ସାଜି 

ଦେଖିଥିବା ସେହି ସପନର ବାଲି ଘର 

ସାଥିରେ ବିତାଇ ଥିବା ଅକୁହା ମୁହୂର୍ତ୍ତ 

ଆଜି ତୁମେ ଖୁସି ତ??????


ପୁର୍ଣିମା ରାତି ର ସେହି ଅଧୁରା ସପ୍ନ 

ଅନ୍ତର ବେଦନେ ଆଜି ଝୁରୁଅଛି 

ପରାଣ ସକଳ ଯାଏ ଢଳି ସେହି ମୁହୂର୍ତ ସ୍ମରଣେ 

ମନ ଗହନେ ଅଲେପା ପ୍ରେମ ଲେପି ଦେଇ 

ଆଜି ତୁମେ ଖୁସି ତ????????


ପ୍ରେମ ବଗିଚାରେ ପ୍ରେମ ଫୁଲ ନେଇ 

ସାଙ୍ଗରେ ହାତ ଧରି କିଛି ବାଟ ଚାଲି 

ପୁଣି ହାତ ଶୂନ୍ୟ କରି ବିଦାରି ଗଲ 

ହୃଦ ସଙ୍ଗିନୀ ହୃଦଘାତ କରି ଏକାକୀ ସାଜି 

ପୁଣି ଆଜି ତୁମେ ଖୁସି ତ?????


ରବି ଆଗମନେ ହୃଦମୋହିତ ଦିବସେ 

ପ୍ରଫୁଲ୍ଲିତ ଥିଲା ଆମ ହୃଦ ଗଗନ 

ଶିଶିର ପରଶେ ପ୍ରେମ ଢେଉ ସାଜି 

ଆସିଥିଲ ତୁମେ ମୋ ରୂପେଲି ଜୀବନେ 

ଲଳିତ କଣ୍ଠେ ଡାକିଥିଲ ପ୍ରିୟତମା 

ମଧୁବନେ ସେଦିନ ରୁପସୀ ସାଜି 

ରଙ୍ଗହୀନ କରି ମୋ ଜୀବନେ 

ଆଜି ତୁମେ ଖୁସି ତ??????


ପ୍ରାଙ୍ଗଣେ ମୋର ଗୋଲାପୀ ଫୁଲ ପରି 

ଜୀବନେ ମୋର ରସ ବାସ ମହୁ ପରି 

ନିରସ ପ୍ରାଣେ ଥିଲ ଶୀତଳ ଜଳ ପରି 

କଣ୍ଟା ଘାତରେ ପ୍ରାଣ ବିଦିନ୍ନ କରି 

ଆଜି ତୁମେ ଖୁସି ତ??????


Rate this content
Log in

Similar oriya poem from Romance