Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sourav Jal

Inspirational Others

4  

Sourav Jal

Inspirational Others

ନାରୀ ନାରାୟଣୀ

ନାରୀ ନାରାୟଣୀ

1 min
297



ନାରାୟଣୀ ଜଗତ ଜନନୀ ସାଇଁ

ମକରନ୍ଦେ ସଦ୍ମ ଲାବଣ୍ୟ

ବିମଳ ପିୟୁଷେ କଳୁଷ ହାରିଣୀ

ସୁଦଶା ଦାୟିନୀ ନୟନ ।


ସୁମନୋହର ନାରୀ ପାଦ ପଦମ

ତମସା କ୍ଷିତେ ଦିବାକର

ମଳିନ ପଙ୍କେ ଜୀବନ ପ୍ରାଙ୍ଗଣରେ

ପ୍ରକୁତ ରେ ଶୁଭ୍ର ସାଗର ।


ସୁଷମ ଅଞ୍ଜନ ନାରୀ ନାରାୟଣୀ

ଦଶଦିଗେ ବିଭା କିରଣ

ଦୁର୍ଦିନ ମରୁଭୂମେ କୋଟି ସରସୀ

ନିଗୁଢ଼ ତାରି ପ୍ରେମ ପୁଣ୍ୟ ।


ନାରାୟଣୀ ଧରଣେ ପୁଣ୍ୟ ଯୋଗରେ

ଜନ୍ମିତ କାହାରି ଭଗିନୀ 

ଆନନ୍ଦ ସୌରଭେ ପୂର୍ଣ୍ଣ ତା ଚତ୍ୱର

ଝିଙ୍କାସି ସେ କ୍ଳେଷ୍ଟ ବନ୍ଧନୀ ।


ଭାର୍ଯ୍ୟା ରୂପେ ନାରୀ ନାରାୟଣୀ ପ୍ରାପ୍ତି

ଅମୃତ ନିର୍ଝରେ ପରାଣେ

ମଧୁମୟ କଣ୍ଠେ ହୃଦ କଲକଣ୍ଠ

ନୃତ୍ୟ କରଇ ପ୍ରାଣେ ପ୍ରାଣେ ।


ଷଡ଼ରିପୁ ନତ ନାରାୟଣୀ ବରେ

ଭବରାଣ ପୁରେ ବିଲସେ

ଶୁଚିମନ୍ତ ଚିତାନନ୍ଦ ବିଜଡିତେ

ଚରାଚର ହେମେ ଉଲ୍ଲାସେ ।


ଉରସ ସୁରଭେ ଜନନୀ ମାତୃତେ

ସୋହାଗେ ଗୁଜ୍ଜରେ ଜୀବନ

ଦର୍ପେ ମେଘମନ୍ଦ୍ର ନାରୀ ଉପସ୍ଥିତେ

ପଦବନ୍ଦନା ହୃଦୁ ମମ ।


Rate this content
Log in

Similar oriya poem from Inspirational