STORYMIRROR

Sourav Jal

Classics Inspirational Children

4  

Sourav Jal

Classics Inspirational Children

...ଆମ ବୀର ଭୂମି...

...ଆମ ବୀର ଭୂମି...

1 min
19

ଆମ ବୀର ଭୂମି      ଓଡିଶା ଭାରତ 

     ଗରବିତ ଭାରତ ମାଆ 

ପାଇକ ସୈନିକ      ସହସ୍ର ପୁରୁଷ 

      ରଖିଛନ୍ତି ଓଡିଶା ନାଆ 

ଅହିଂସା ନୀତିରେ    ଗାନ୍ଧୀ ଙ୍କ ଭରସେ  

       ଲଭିଛୁ ଆମେ ସ୍ୱାଧୀନତା 

ସେହି ଅତ୍ୟାଚାରି    ବ୍ରିଟିଶ ଅଧିନୁ 

       ଘୃଣିଛୁ ସେ ପରାଧୀନତା 

ଫର ଫର ଉଡେ    ଜାତୀୟ ପତାକା 

       ଗାଏ ସେହି ଗୌରବ ଗାଥା 

ବ୍ରିଟିଶ ଶାସକ    ଇଂରେଜ ସରବେ 

       ନୂଆଇଲେ ଆପଣା ମଥା 

ଜୟୀ ରାଜ ଗୁରୁ   ଖୁଦିରାମ ବୋଷ 

     ଛିଞ୍ଚିଲେ ରକତ ଭୂମିରେ 

ମାଟି ମାଆ ପାଇଁ   ଅଗଣିତ ବୀର 

     ଚିରିଲେ ସ୍ଵବକ୍ଷ ହାତରେ 

ଲକ୍ଷଣ ନାୟକ  ସେ ସୁରେନ୍ଦ୍ର ସାଏ 

      ରକତେ ବିଜୟ ଘେନିଲେ 

ଭଗତ ସିଂହ ତ   ମାତୃଭୂମି କୋଳେ 

     ଆନନ୍ଦେ ପରାଣ ଦାନିଲେ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics