ଗୁରୀ ନନୀ
ଗୁରୀ ନନୀ
ନନୀ କାଏଁ ଜରଡ଼ା ଝୁରି
ଟିଙ୍ଗ ଲପ ଲପ ଡେଗୁଛ
ଗୁରୀ ନନୀ କେନୁ ଉଦଳ
କିନ୍ଦିରୀ ଦେହଁକି ନାଚୁଛ ।
ମାରିଲି ଲେଦା ଝରଲା କେଁ
ମନ ଗଛ ର ମିଠା ଆମ
ଆଁ ରେ ନନୀ ବୁଲେଇ ନେମି
ସରଳା କାଏ ତୋର କାମ ।
ତମର ବୁଢ଼ା ଲୁଂଘି ପିନ୍ଧି
ଦୁଆରେ ହେଲା କାଏ ଠିଆ
ଖଟ ପାରି କରି ରଖିଥା
କହିଦେ ଇ ଆଡେ ବସିଆ ।
ଘିନି ଦେମି ଫୁଲ ଗଜରା
ପିନ୍ଧାମି ଲାଲ ପାଟ ଶାଢ଼ୀ
ବୁଲେଇ ନେମି ବସାମି ଗା
ମିନା ବଜାରେ ଗଖା ଗାଡି ।
ଦେଖ ରେ ନନୀ ଥପ ଥପ
ଥିପଲାନ ନାକୁ ଶିଗନ
ପଣତ କାନି ନେ ପୁଛି ଦେ
ବାଇବିଛ ହେଲା ଇ ମନ ।
ଚାଲ ଦେଖିଯିମା ଗାଁ ଖୁଲୀ
ସାଂପୁଆ କକା ଆଇଲାନ
ନାଇ ଛାଡ଼ିବୁ ମୋର ହାତ
ନିଁହେଲେ ସାପ ଗିଳବାନ ।
ହଳଧରିଆ ଲେଁହଟିଲା
ଦେଖି କରି ତୋର ହଳଦୀ
ମଂହକ ମହନୀ କଥାଟେ
ଚାଲ ହେମା ବିହା ଜଲଦି ।
ଗଂଏଠି ମୁଲଖା ଖୁପାନେ
ଦେତି କାଏଁ ଫୁଲ ଟେ ଖୁଛି
ତୋର ବାଟ ଚଲା ରୁଡେ ଗୋ
ଦେମି କେଁ ଗୁଳା ଫୁଲ ବିଛି ।
କଳିଆ ଵାଲେ ପଂରା ଫୁଲ
ଗଖା ଗଖା କାନ ଝୁମକା
ଚାଲି ତୋର ରସ ଝରନା
ରସାଲା ଇ ଅଣ୍ଟା ମଲକା ।

