ଭୁଲ ଥିଲା ମୋର
ଭୁଲ ଥିଲା ମୋର
ଭୁଲଥିଲା ମୋର ଜାଣିଗଲି ଯେବେ
କିମ୍ପାଏ ଛାଡି ଚାଲିଗଲ
କ୍ଷମା ଯାତନା ମୋ ଶୁଣିଲଣି ତୁମେ
ଥରେ କାଇଁ କ୍ଷମା ନ କଲ....।
ଆଖିର ଲୁହକୁ ପୋଛି ମୁଁ ପାରିବି
ହୃଦୟ କାନ୍ଦଣାକୁ ମୁହିଁ
କେମିତି ପୋଛିବି କୁହ କିଏ ଜାଣ
ଜମା ଆଉ କାନ୍ଦିବି ନାହିଁ....?
ଦେବି ଦେବତାଙ୍କ କାହାଣୀ ଶୁଣିଛେ
କ୍ଷମାକରି ସିଏ ସଭିଙ୍କୁ
ମଣିଷ ମାତ୍ର ଏ କିମ୍ପା ଗଢି ଅଛି
ଚିହ୍ନି ପାରିନି ସେ ନିଜକୁ....।
ସ୍ମୃତି ରଖି ଅଛି ଯତନେ ସାଇତି
ଅତି ଆନନ୍ଦରେ ମୁହିଁ
କଷ୍ଟ ଆସିଯାଉ ଜୀବନେ ଯେତିକି
ଖୁସିରେ ରହିଯା ତୁହି....।।