STORYMIRROR

Chinmayee Kanta

Romance Others

4  

Chinmayee Kanta

Romance Others

ଭୁଲ ଥିଲା ମୋର

ଭୁଲ ଥିଲା ମୋର

1 min
349

ଭୁଲଥିଲା ମୋର ଜାଣିଗଲି ଯେବେ

କିମ୍ପାଏ ଛାଡି ଚାଲିଗଲ

କ୍ଷମା ଯାତନା ମୋ ଶୁଣିଲଣି ତୁମେ

ଥରେ କାଇଁ କ୍ଷମା ନ କଲ....।

ଆଖିର ଲୁହକୁ ପୋଛି ମୁଁ ପାରିବି

ହୃଦୟ କାନ୍ଦଣାକୁ ମୁହିଁ

କେମିତି ପୋଛିବି କୁହ କିଏ ଜାଣ

ଜମା ଆଉ କାନ୍ଦିବି ନାହିଁ....?

ଦେବି ଦେବତାଙ୍କ କାହାଣୀ ଶୁଣିଛେ

କ୍ଷମାକରି ସିଏ ସଭିଙ୍କୁ

ମଣିଷ ମାତ୍ର ଏ କିମ୍ପା ଗଢି ଅଛି

ଚିହ୍ନି ପାରିନି ସେ ନିଜକୁ....।

ସ୍ମୃତି ରଖି ଅଛି ଯତନେ ସାଇତି

ଅତି ଆନନ୍ଦରେ ମୁହିଁ

କଷ୍ଟ ଆସିଯାଉ ଜୀବନେ ଯେତିକି

ଖୁସିରେ ରହିଯା ତୁହି....।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance