STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ତୁମେ ମୋ ଜୀବନ

ତୁମେ ମୋ ଜୀବନ

1 min
10


ତୁମେ ମୋ ଜୀବନ ହେ ଚକା ନୟନ

      ମୁକତି ପସରା ତୁମେ

ଜଗନ୍ନାଥ ସ୍ଵାମୀ ଜଗତ ପାଳକ

      କିଏ ଡାକେ କେଉଁ ନାମେ।

ରତ୍ନ ସିଂହାସନ ଗରଵ କରେନି

      ଧରି ରଖିଅଛି କୋଳେ

ଭକତ ବସିଛି ତୁମ ନାମ ଜପି

      କଳ୍ପ ବଟ ବୃକ୍ଷ ତଳେ।

ପ୍ରାଚୀର ର ନାମ ମେଘ ନାଦ ଅଟେ

       ସମୁଦ୍ର ଯେ ମହୋଦଧି

ତୁମରି ସେବାରେ ହୋଇ ନିୟୋଜିତ

       ରଖିଛନ୍ତି ସର୍ବ ବିଧି।

ସ୍ଵର୍ଗ ଦ୍ଵାର ପରା ସୂଚାଇ ଦେଉଛି

       ବେଳୁ ହୁଅ ସାବଧାନ

ଉତ୍ତମ କର୍ମରେ ସୁଫଳ ମିଳିବ 

       ସୁଖଦ ହେବ ମରଣ।

ମରଣରେ କାର ହାତ ନାହିଁ ଜମା

      କାଳିଆ ହାତରେ ଡୋରି

ଜୀବନକୁ କେବେ ଅସାର ନ ମଣି

      ଚାଲିବା ତାଙ୍କୁ ସୁମରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action