STORYMIRROR

Sunanda Mohanty

Action Inspirational

4  

Sunanda Mohanty

Action Inspirational

ଚିଠି

ଚିଠି

1 min
17


ଆମ୍ବ ବଉଳରେ ଚିଠି

ମଳୟ ଦେଉଛି ବାଣ୍ଟି

ଫଗୁଣ ଆସେ ଫିଟେଇ କଟି

ସ୍ମୃତି ମନେ ପଡେ ଗୋଟି ଗୋଟି

ଚିତ୍ର ଚୈତ୍ର ଛାଟି

ଶୀତ ଗଲାଣି ଫିଟି

ଜେଜେ ଖରାକୁ ଦେଖାଇ ପିଠି

ଜେଜିମା ନଈ ତୁଠେ ଘଷି ଗୋଇଠି

ରଖିଛି ବେସର ବାଟି

ମାଛ ବେସରରେ ଆମ୍ଭ କାଟି

ପାଖାଳେ ଆମ୍ବ ଲସି ଫେଣ୍ଟି

ଖାଇବ ବସି ଜେଜେଙ୍କୁ ଦେଇ ପଟି

ଜେଜେ ଘସୁଥାନ୍ତୁ ଖରାରେ ପିଠି

ଫଗୁଣ ହସୁଛି ଆଖିରେ ଲଗାଇ ପଟି

ବିଲେଇ ନେଲାଣି ମାଛ ଗୋଟି ଗୋଟି 

ଜେଜିମା କିସ କରିବ ଧରି ଲାଠି

ବସିଛି ଫଟେଇବ ବିଲେଇର ପିଠି

ଲାଠିରେ ଦେବ ପିଟି

ଜେଜେ ଆଣିଦେଲେ ମହୁରାଡି ପେଟି

ଜେଜିମା ହସେ ପାକୁଳି ପାଟି

ଲୁଚେଇବନି ଜେଜେଙ୍କୁ ଦେବ ବାଣ୍ଟି

ଜେଜେ ଓ ଜେଜେମା ଦୁଇପ୍ରାଣୀ ଗୋଟି

ଜଣେ ଥାଳ ଜଣେ କୂଳ କହେ ଫଗୁଣ ଲୋଟି

ବିଲେଇ ବିଚରା ରକ୍ଷା ପାଇ ଗଲା ଫିଟି

ଜେଜିମା ହସେ ମେଲି ପାକୁଆ ପାଟି

ଜେଜେ କହନ୍ତି ତୁ ମୋ ଏକାନ୍ତ ସାଥି ଗୋଟି

ଫଗୁଣ ଆସୁଛି ଦେଵି ବଉଳପାଟ ଭେଟି

ଫୁଲ ଫଗୁଣରେ କନିଆଁ ସାଜିବୁ ଫିଟି

ହାତକୁ ଦେବୁନି ଛାଟି

ମାଟିରୁ ଆସିଛେ ଶେଷକୁ ମୁଠିଏ ମାଟି

ଫଗୁଣ ଫେରିଛି ମନ ଫୁଲ ଯାଉ ଫୁଟି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action