STORYMIRROR

Sunanda Mohanty

Abstract Action Others

4  

Sunanda Mohanty

Abstract Action Others

ଶବ୍ଦ ହୋଲି

ଶବ୍ଦ ହୋଲି

1 min
22


ଶବ୍ଦ ଚାଷରେ ଉତ୍ପନ୍ନ କବିତା

ମର୍ମେ ମର୍ମେ ଦେଉ ଲେଖି

କବିତା ବନିତା ଲତା ଆଜିକାଲି

ଶବ୍ଦରେ ଶବ୍ଦ ଯୋଖି

ନିଜ ପରିଚୟ ଅସ୍ତିତ୍ୱ ଭବିଷ୍ୟତ

ଗଢିବାକୁ ରଙ୍ଗ ମାଖି

ଦୋଳ ପରବେ ଫଗୁ ଖେଳ ବେଳେ

ଫଗୁଣକୁ କହିଲେଣି ଡାକି

ନୀରବତାର ଯେମିତି ଶବ୍ଦ ଶୁଭୁଛି

ମନ ହୃଦୟରେ ଫିକି ଫିକି

ପ୍ରକୃତିର ରଙ୍ଗ ନିଆରା ନିଆରା ଲାଗେ

ମଳୟ ଗଲାଣି ଡାକି

କେତେବେଳେ କାଶତଣ୍ଡୀ କେତେବେଳେ

ଜୁଇ ଯାଇ ହେନା ସୂର୍ଯ୍ୟମୁଖୀ

ଯେତେବେଳେ ଯୋଉ ରଙ୍ଗର ପସରା

ତାକୁ ଥରେ ଦେଲେ ମାଖି

ସେ ରଙ୍ଗ ଜମା ଛାଡ଼ିବନି ଆଉ କେବେ 

ହଳଦୀ ହେଉଥା ମାଖି

ଆଖିରେ ଆଖିରେ କେତେ ରଙ୍ଗ ରଖି

ହସୁଛି ଚକାଆଖି

ବସନ୍ତ ସାଥିରେ ଫଗୁଣ ହାତରେ ମଳୟ

ରଖିଛି ଚିଠି ଗୋଟେ ଲେଖି

ସେ ଚିଠିର ଶବ୍ଦ ଓଡିଶା ଭାଷା ସାହିତ୍ୟ

ଶବ୍ଦ ପଢିବାକୁ ବାକି

ଓଡ଼ିଆ ଆରାଧ୍ୟ୍ୟ ଅସାଧ୍ୟ୍ୟ ସାଧନ କରିବେ

ନିଜେ ପଢି ଭକ୍ତି ଚିଠି ହୃଦେ ରଖି

ରଙ୍ଗ ଖେଳି ଖେଳି ଆନନ୍ଦିତ ସର୍ବେ ଏବେ

ଶବ୍ଦର ରଙ୍ଗ ଓଡ଼ିଆ ସାହିତ୍ୟେ ଦେଖି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract