STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଆମ୍ବ ବଉଳଇ ଫଗୁଣ ମାସେ 

ଆମ୍ବ ବଉଳଇ ଫଗୁଣ ମାସେ 

2 mins
3

ଆମ୍ବ ବଉଳଇ ଫଗୁଣ ମାସେ 

   ==============

ଆମ୍ବ ବଉଳଇ ଫଗୁଣ ମାସେ l

    ଫଗୁଣରେ ଫଗୁପରଵ ଆସେ ll 

ଦକ୍ଷିଣ ଦିଗରୁ ବହେ ପବନ l

     ମଳୟ କାଷ୍ଠକୁ କରେ ଚନ୍ଦନ ll 

ପଞ୍ଚମ ତାନରେ କୋଇଲି ଗାଏ l 

      କାମଦେବ ଦୂତ ଅଟଇ ସିଏ ll 

ହଳଦୀ ବସନ୍ତ ବସନ୍ତ ଦୂତ l 

    କି ସୁନ୍ଦର ତାର କଳ ସଂଗୀତ ll 

ନବ ପଲ୍ଲବରେ ପାଦପ ବେଶ l 

   ଚୁତାଙ୍କୁର ଦେଲା ମଧୁ ସନ୍ଦେଶ ll 

ନାଲି ନାଲି କୃଷ୍ଣଚୁଡ଼ା ଫୁଟିଲା l 

  ପଳାଶ ଅଶୋକ କର୍ଣ୍ଣେ କହିଲା ll 

ଫଗୁ ଯାତରାରେ ଅବିର ଖେଳ l

     ଭକ୍ତ ଦ୍ୱାରେ ପ୍ରଭୁ ଭକ୍ତ ବତ୍ସଳ ll 

କାହିଁ କାହିଁ ପୁଣି ଦୋଳମେଳଣ l

    ହଲି ହଲି ଗତି ଦୋଳ ବିମାନ ll 

ଦ୍ୱାରୀଭୋଗ ଖାଇ ବୁଲନ୍ତି ହରି l

      ଭକତ ନାଚନ୍ତି କୀର୍ତ୍ତନ କରି ll 

ରଙ୍ଗ ଅବିରକୁ ମୁଖରେ ମାଖି l

 ଚାଲ ଚାଲ ଯିବା ମେଳଣ ଦେଖି ll 

ଗୋପାଳ ଭାଇଙ୍କ ପରବ ଏହି l

     ଲଉଡ଼ି ଖେଳନ୍ତି ଓଗାଳ ଗାଇ ll

ଶୁଣ ଶୁଣ ଶୁଣ ରଙ୍ଗ ରଙ୍ଗେଲି l

   ଆସ ଆସ ଆମେ ନାଚିବା ହଲି ll 

ଦୋଳ ଗୋବିନ୍ଦକୁ ଦର୍ଶନ କରି l 

    ଭବ ସାଗରରୁ ହୋଇବା ପାରି ll 

ଭାଇଚାରା ପର୍ବ ଅଟେ ଟି ଏହି l

    ଜାତି ଧର୍ମ ବର୍ଣ୍ଣ ବିଚାରେ ନାହିଁ ll 

ବସନ୍ତେ ବାସନ୍ତୀ ମାଆଙ୍କ ପୂଜା l

   ବଜା ବଜା ଭାଇ ବାଇଦ ବଜା ll 

ଏମନ୍ତେ ଫଗୁଆ ଫଗୁଣ ଗଲା l

   ଚଇତେ ଚଇତିଘୋଡ଼ା ନାଚିଲା ll

ଗଣ୍ଠିଲି ବାନ୍ଧଲୋ ଚଇତା ମାଆ l 

   ଘଟ ଗାଁଆଁ ଯିବା ଜଲି ତୁ ଆଆ ll

ଅବଧପୁରୀରେ ବାଜେ ମହୁରୀ l

  ମର୍ତ୍ତ୍ୟେ ଅବତରୀ ଆସିଲେ ହରି ll 

ଫଗୁଣ, ଚଇତ ଏ ମାସ ଦୁଇ l

      ମଧୁ, ମାଧବ ଏ ଅଟନ୍ତି ଭାଇ ll 

ଫୁଲ ଫୁଟିଗଲା ମଧୁ ମାଳତୀ l

    ମଧୁ ମାଧବଙ୍କୁ କରେ ଆଳତୀ ll 

ବସନ୍ତ ବାରତା ଥାଉ ଏତିକି l

    ଭାବନା ରହିଲା ଗ୍ରୀଷ୍ମ ତାତିକି ll 

             🙏🙏🙏

                 ଅର୍ଜୁନୀ 

          -------------

ଅର୍ଜୁନୀ ଚରଣ ବେହେରା 

ମୋ -7693091971


Rate this content
Log in

Similar oriya poem from Inspirational