STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଜୟ ଜୟ ପ୍ରଭୁ ମାରୁତି 

ଜୟ ଜୟ ପ୍ରଭୁ ମାରୁତି 

1 min
3

ଜୟ ଜୟ ପ୍ରଭୁ ମାରୁତି 

    ============

ଜୟ ଜୟ ପ୍ରଭୁ ମାରୁତି 

               ମରୁତଙ୍କ ନନ୍ଦନ ।

ସଙ୍କଟ ମୋଚନ ପ୍ରଭୁ ହେ 

           ସର୍ଵ ଦୁଃଖ ନାଶନ ।।

ଜୟ ଜୟ ହନୁମାନ ହେ 

             ଜୟ ଅଞ୍ଜନା ସୂତ ।

ତୁମ୍ଭେ ଚିରଞ୍ଜିବୀ ଅମର 

           ଚାରିଯୁଗେ ପୂଜିତ ।।

ତୁମ୍ଭ ନାମେ ସବୁ ମଙ୍ଗଳ 

           ଆହେ ସର୍ବ ମଙ୍ଗଳ ।

ଅତୁଳିତ ବଳ ଧାମା ହେ 

            ତବ ବଳ ଅତୁଳ ।।

ଅସାଧ୍ୟ କାର୍ଯ୍ୟର କାରକ 

         ତୁମ୍ଭେ ଆହେ ସାଧକ ।

ରାମ ରସାୟନ ତୁମ୍ଭରି 

        ପାଶେ ରାମ ତାରକ ।।

କେଡ଼େ ବଡ଼ ସିନ୍ଧୁ ଲଙ୍ଘିଲ 

        ଆଶ୍ଚର୍ଯ୍ୟ ଲାଗେ ଭାରି ।

ଶ୍ରୀରାମ ସେବକ ପ୍ରଭୁଙ୍କ 

         କାର୍ଯ୍ୟେ ମତି ତୁମ୍ଭରି ।।

ରାକ୍ଷସ ପୁରୀରେ ବୁଲିଲ  

          ଯାଇ ହୋଇ ନିଶଙ୍କା ।

ପୋଡ଼ି ଭସ୍ମ କଲ ନିମିଷେ 

            ପ୍ରଭୁ ସୁବର୍ଣ୍ଣ ଲଙ୍କା ।।

ସୀତା ଠାବ କରି ପ୍ରଭୁଙ୍କୁ 

          ଆଣି ଦେଲ ବାରତା ।

ଛତ୍ରେ ଛତ୍ରେ ରାମାୟଣରେ 

            ବର୍ଣ୍ଣିତ ତବ ଗାଥା ।।

ସଂଜୀବନୀ ବୁଟି ଆଣିଲ 

              ଜିଆଇଲ ଲକ୍ଷ୍ମଣ ।

ଧନ୍ୟ କପିବର ତୁମ୍ଭେ ହେ 

       ଧନ୍ୟ ବୈଦ୍ୟ ସୁଷେଣ ।।

ଶ୍ରୀରାମ କହିଲେ ତୁମ୍ଭଙ୍କୁ 

           ପ୍ରଭୁ ଗଳେ ଲଗାଇ ।

ତୁମ୍ଭେ ମୋର ଅଟ ହନୁ ହେ 

            ଭରତ ସମ ଭାଇ ।।

ବର ଦେଲେ ପ୍ରଭୁ ତୁମ୍ଭକୁ 

           ପୁଣି ମାଆ ଜାନକୀ ।

ଅଷ୍ଟ ସିଦ୍ଧି ନବ ନିଧିର 

       ତୁମ୍ଭେ ହେଲ ଦାୟକୀ ।।

ଜୟ ମହାବୀର ଅଞ୍ଜନୀ 

             ଜୟ ଜୟ ମାରୁତି ।

ସଙ୍କଟ ମୋଚନ ପ୍ରଭାତେ 

          କରେ ପଦେ ପ୍ରଣତି ।।

            🙏🙏🙏

                ଅର୍ଜୁନୀ 

        --------------

ଅର୍ଜୁନୀ ଚରଣ ବେହେରା 

ମୋ -7693091971


Rate this content
Log in

Similar oriya poem from Inspirational