STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଜୟ ମା' ବୈଦେହୀ 

ଜୟ ମା' ବୈଦେହୀ 

1 min
5

          ଜୟ ମା' ବୈଦେହୀ 

        ==============

ଜୟ ଜଗତ ଜନନୀ ଜୟ ଭୂମିସୂତା l

     ଜୟ ରାଜର୍ଷି ଜନକ ପାଳିଲେ ଦୁହିତା ll

ଜୟ ମା ମୈଥିଳି ମିଥିଳା ରାଜଦୁଲାଳୀ l

    ଜୟ ଜୟ ଜାନକୀ ଜନକ ଥିଲେ ପାଳି ll

ଜୟ ମା ବୈଦେହୀ ବିଦେହ ରାଜନନ୍ଦିନୀ l 

    ଜୟ ଉର୍ମିଳା,ମାଣ୍ଡବୀ,ଶୃତକୀର୍ତ୍ତୀ ଭଗ୍ନୀ ll

ଲକ୍ଷ୍ମୀ ଅଂଶେ ଅବତରି ଶ୍ରୀରାମଙ୍କୁ ବରି l

  ପତିବ୍ରତେ ବ୍ରତୀ ହେଲ ସୀତୟା ସୁନ୍ଦରୀ ll

ରାଜ ସୁଖ ଛାଡ଼ି ମାତା ବନବାସେ ଗଲ l

 ରାବଣପୁରୀରେ କେତେ କଷଣ ଭୋଗିଲ ll

ଶ୍ରୀରାମ ତେଜିଲେ ପୁଣି ଶୁଣି ଜନରବ l

 ବାଲ୍ମିକୀ ଆଶ୍ରମେ ଥିଲା ତଵ ବାସଯୋଗ ll

ଦୁଃଖ ଚିର ସହଚର ଲଲାଟରେ ବିହି l

    ଲେଖିଥିଲା କିବା ମାଆ କହିବ ବୁଝାଇ ll

ବାଲ୍ମୀକି ଆଶ୍ରମେ ଜାତ ଯମଜ ସନ୍ତାନ l

     ଲବ କୁଶ ମନୋହର ରୂପ ଯଥା ରାମ ll

ଧନ୍ୟ ଧନ୍ୟ ବାଲମିକ ଋଷି ମହାମାନ୍ୟ l

   ଲେଖି ଶିଖାଇଲ ଗାନ ପୁଣ୍ୟ ରାମାୟଣ ll

ଆସିଲା ଅଗ୍ନି ପରୀକ୍ଷା ପୁଣି ଜୀବନରେ l

    ଶୁଦ୍ଧ ସୁବର୍ଣ୍ଣକୁ କେବା ଆନ କହିପାରେ ll

ସତୀ ପତିବ୍ରତା ଯେଣୁ ଫାଟିଲା ମେଦିନୀ l

 କୋଳକରିନେଲେ ସୂତା ମା ଧରଣୀରାଣୀ ll

ଜୟ ସୀତା ରାମ ଜୟ ପୁଣ୍ୟ ରାମାୟଣ l

      ଭ୍ରାତୃ ଭକ୍ତ ଭରତ, ଲକ୍ଷ୍ମଣ, ଶ୍ରୀଶତ୍ରୁଘ୍ନ ll

ଜୟ ବାଲମିକୀ ମୁନୀ,ସନ୍ଥ ଶ୍ରୀ ତୁଳସୀ l

  ତଵ ରାମକଥା ନରେ ହେଉଥିବେ ଘୋଷି ll

ଜୟ ପୁଣ୍ୟ କାବ୍ୟ ରାମକଥା ରାମାୟଣ l

     ଶ୍ରୀରାମ ସେବକ ମହାବୀର ହନୁମାନ ll

ଜୟ ସତୀ ଶିରୋମଣି ଜନକ ତନୁଜା l

  ଯୁଗେଯୁଗେ ମାତା ତବ ହେଉଥିବ ପୂଜା ll

ସୀତା ରାମ ମୟ ସାରା ଜଗତକୁ ଜାଣି l

    ନମାମି ପତିତ ମୁହିଁ ସୀତା ଠାକୁରାଣୀ ll 

                   🙏🙏🙏

                       ଅର୍ଜୁନୀ 

               -------------

ଅର୍ଜୁନୀ ଚରଣ ବେହେରା 

ମୋ -7693091971


Rate this content
Log in

Similar oriya poem from Inspirational