ଆମ ବଣଭୋଜି
ଆମ ବଣଭୋଜି
ଆମ ବଣଭୋଜି
==========
ଧନ୍ୟ ଧନ୍ୟ ଧନ୍ୟ ବଡ଼ଭାଇ ତୁମେ
ଆହେ ଶତପଥୀ ନନା l
ଧନ୍ୟ ତୁମ ବଣଭୋଜି ଆହେ ନନା
ଧନ୍ୟ ତୁମ କଳପନା ll
ବଣଭୋଜି କଲ ଏକାମ୍ର ଉଦ୍ୟାନେ
ନବ୍ୟ ଭବ୍ୟ ଅୟୋଜନ l
ଧନ୍ୟ ଧନ୍ୟ ଭାଇ ଫକୀର ମୋହନ
ବଡ଼ ଭାଇ ନିରଞ୍ଜନ ll
ଶୁଭ ଦିନ ସେହି ଫେବୃଆରୀ ଚାରି
ଦୁଇ ହଜାର ଛବିଶ l
ଦୂର ଦୂରାନ୍ତରୁ ବୁଧବାରେ ସର୍ବେ
ଏକତ୍ରିତ ହେଲେ ଆସି ll
ଭାଇ ଓ ଭଉଣୀ ଇଣ୍ଡିଆନ ବ୍ୟାଙ୍କ
ଭୂତପୂର୍ବ କର୍ମଚାରୀ l
କିଏ ବା ଷାଠିଏ, କିଏ ଅଶି, ପୁଣି
କିଏ ବା ଥିଲା ସତୁରୀ ll
ଭ୍ରାତୃତ୍ୱ ପରବ ଏ ମହା ମିଳନ
ବଣ ଭୋଜି ଆମ ଏହି l
ଏଠି ନାହିଁ ଛୋଟ ବଡ଼ ଉଚ୍ଚ ନିଚ୍ଚ
ଯାତ୍ରୀ ଏକନାବେ ଭାଇ ll
ଏକ ଠାବେ ବସି ଆହାର ବିହାର
ହସ ଗୀତ ଖୁସି ଗପ l
ଗପୁ ଥିଲେ ଆମ ଅରବିନ୍ଦ ଭାଇ
ମଝିରେ ପକାଇ ସପ ll
ଅତି ହରଷରେ ବାବୁ ଶ୍ରୀ ହରଷ
ଗାଇଲେ ମଧୁର ଗୀତ l
ଖେଳ ଖେଳାଇଲେ ଶ୍ରୀମନମୋହନ
ସାଥେ ଥିଲେ ମୁକ୍ତିକାନ୍ତ ll
ନୃସିଂହ ବେହେରା ସୁନ୍ଦର ଚେହେରା
ସମ୍ଭାଳି ପାରିଲେ ନାହିଁ l
ମୁଖେ ମୃଦୁହାସ୍ୟ କଲେ ମନତୋଷ
ଭଜନ ଜଣାଣ ଗାଇ ll
ବଡ଼ ଛୋଟ ଆଉ ସବୁ ଭଗ୍ନୀ ଭାଇ
ଆସିଥିଲେ ଜଣେ ଜଣେ l
ତାଙ୍କ ନାମ ଆଉ ନ ନେଉଛି ମୁହିଁ
କ୍ଷମା ଦେବେ ନିଜ ଗୁଣେ ll
ଅଳପେ ଅଳପେ ସଭା ଶେଷ ହେଲା
ଲାଗିଗଲା ଭୋଜି ପର୍ବ l
ଯାହା ଯାହା ହେଲା ଖାଦ୍ୟପେୟ ସବୁ
ମନ ଦେଇ ଶୁଣୁଥିବ ll
ଡାଲି ଭାତ ସଙ୍ଗେ ଭଜା ପୁଣି ଖଟା
ମାଛ ମାଂସ ତରକାରୀ l
ସୁସ୍ୱାଦୁ ବ୍ୟଞ୍ଜନ ପାଟିରୁ ନ ଯିବ
ଶେଷକୁ ପାମ୍ପଡ଼ ଖିରି ll
ଅତି ଆନନ୍ଦରେ ସମାପନ ହେଲା
ଏକଠାବେ ଖାନା ପିନା l
ଆଣି ଭୁଞ୍ଜାଇଲ ବନାରସୀ ପାନ
ପ୍ରବୀର କୁମାର ଜେନା ll
ବରଷୁ ବରଷ ଲାଗି ଥାଉ ଭାଇ
ଆମ ବଣଭୋଜି ଲୀଳା l
କାହିଁ ବା ଉଦ୍ୟାନ କାହିଁ ବା କାନନ
ସଂସାର ଦି ଦିନ ଖେଳା ll
ଏହିଠାରେ ଭାଇ ଆମ ବଣ ଭୋଜି
କଥା ହୋଇଲା ସମାପ୍ତ l
ଆନନ୍ଦ ସାଗରେ ହରି ହରି ବୋଲ
ଜୟ ଜୟ ଜଗନ୍ନାଥ ll
🙏🙏🙏
ଅର୍ଜୁନୀ
--------------
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧
