ସୁନ୍ଦର ଫୁଲ ଗେଣ୍ଡୁ
ସୁନ୍ଦର ଫୁଲ ଗେଣ୍ଡୁ
ସୁନ୍ଦର ଫୁଲ ଗେଣ୍ଡୁ
===========
ଇନ୍ଦୁବଦନା ତୁ ଦେଖଲୋ ବିନ୍ଦୁ ।
କି ସୁନ୍ଦର ଫୁଲ ଫୁଟିଛି ଗେଣ୍ଡୁ ।।
ଧଳା ହଳଦିଆ ଭଳିକି ଭଳି ।
ମିଶାମିଶି ପୁଣି କଟକି ନାଲି ।।
ଶୀତଅନ୍ତେ ଭାଇ ବସନ୍ତ ହେଲା।
ଭଳିଭଳି ଗେଣ୍ଡୁ ଫୁଲ ଫୁଟିଲା ।।
ମଧୁମୟ ମଧୁ ବସନ୍ତ କାଳ।
ଭକତଙ୍କ ସଙ୍ଗେ ଭକ୍ତ ବତ୍ସଳ ।।
ମାଧବଙ୍କ ଆଗମନୀ ଗାଇକି।
ଗେଣ୍ଡୁ ଫୁଟିଛି କି ଭଳି ଭଳିକି ।।
ସରୁ ପତ୍ର ତାର ଡାଳ ନହକା ।
ପବନେ ଝୁଲଇ ହଲି ହଲିକା ।।
ଗହଳ ପତରେ ସୁନ୍ଦର ଫୁଲ।
ଅଳି ଚୁମି ଚୁମି କରନ୍ତି ଗେଲ ।।
ବସନ୍ତ ମଳୟ ମୃଦୁ ହିଲ୍ଲୋଳ।
ଝୁଲୁ ଥାଇ ଯଥା କର୍ଣ୍ଣ କୁଣ୍ଡଳ।।
ଝୁମୁକା ହଲା ତା ଭାରି ସୁନ୍ଦର ।
ଗେଣ୍ଡୁଫୁଲେ ଗୁନ୍ଥ ଗଜରାହାର ।।
ଗଜରା ହାରକୁ ଦିଅ ପିନ୍ଧାଇ।
ବସନ୍ତେ ବାସନ୍ତୀ କରୁଣାମୟୀ ।।
ଗେଣ୍ଡୁଫୁଲେ ତାଙ୍କ ସରଧା ଅତି।
ଶାରଦା ବରଦା ମାଆ ଭାରତୀ ।।
ସର୍ଵ ଦେବପ୍ରିୟ ତୁ ଗେଣ୍ଡୁ ଫୁଲ।
ମୂଲ ତୋ ଅଟଇ ଅମୂଲ ମୂଲ ।।
ଇନ୍ଦୁ ବଦନା ତୁ ଶୁଣ ସୁନ୍ଦରୀ।
ଗେଣ୍ଡୁ କହୁଅଛି ହୁଅ ତା ପରି ।।
ଉଡ଼ି ଉଡ଼ି ବୁଲେ ପରଜାପତି।
ସବୁରି ସେବାକୁ ହୁଅରେ ବ୍ରତୀ ।।
ଫୁଟିଗଲା ମଲ୍ଲି କିଆ କେତକୀ ।
ଗେଣ୍ଡୁଫୁଲ କଥା ଥାଉ ଏତିକି ।।
🙏🙏🙏
ଅର୍ଜୁନୀ
-----------
ଅର୍ଜୁନୀ ଚରଣ ବେହେରା
ମୋ -7693091971
