STORYMIRROR

Kalandi pal

Inspirational

3  

Kalandi pal

Inspirational

ଏତ ବଡ ବିପରୀତ

ଏତ ବଡ ବିପରୀତ

1 min
137


ବିଧିର ବିଧାନ    କେ କରିବ ଆନ

    ଯାହା ଅଟେ ଚିର ସତ୍ୟ

ଦେବ କି ମାନବ   ଯକ୍ଷ କି ମାନବ

    ପଡ଼ି ହୋନ୍ତି ହନ୍ତ ସନ୍ତ

  ବିହି,ଲେଖିଛି ଯାହା ଭାଗ୍ୟେ ତ ।


ଚଉଦ ଭୁବନ   ସ୍ଵୟଂ ପରଂବ୍ରହ୍ମ

    କରୁଛନ୍ତି ଆତଯାତ

ଭୋଗନ୍ତି କଷଣ  ଜ୍ଵରେ ମ୍ରିୟମାଣ

    ସ୍ଵୟଂ ପ୍ରଭୁ ଜଗନ୍ନାଥ

   ଲାଗେ, ଏତ ବଡ ବିପରୀତ.

ଯାର ଆଜ୍ଞା ବିନା ପତ୍ରଟେ ଝଡେନା

    ସେ ପୁଣି ଲଭେ ଦାସତ୍ୱ ।


ଦର୍ଶନର ଅର୍ଥେ   ଆସନ୍ତି ଭକତେ

    କାହିଁ କେତେ ଦୂର ପଥ

ହେଲେ ଜଗନ୍ନାଥ  ଆସନ୍ତି ସ୍ଵୟଂ ତ 

    ବଡ଼ ଦାଣ୍ଡେ ଚଢ଼ି ରଥ

   ଉଭା,ଦର୍ଶନ ପାଇଁ ଭକତ

ହାତେ ଗଢିଥିବା    ବିଧି ବିଧାନକୁ

     ମାନିଥାନ୍ତି ଅବିରତ ।


Rate this content
Log in

Similar oriya poem from Inspirational