STORYMIRROR

Chittaranjan Nanda

Inspirational Others

3  

Chittaranjan Nanda

Inspirational Others

ଲଗାଇଛ କାଳିମାର ଲେପ

ଲଗାଇଛ କାଳିମାର ଲେପ

1 min
129


ପ୍ରକୃତି ରାଣୀ ଦେଇଛି ତ ବହୁ 

ଦିବ୍ୟ ଉପହାର

ବିଭିନ୍ନତାରେ କରେ ମନକୁ ସେ 

ଆନନ୍ଦ ବିଭୋର ।୧।


ସବୁଜ ଲତା ରଙ୍ଗ ବେରଙ୍ଗ 

ପ୍ରସ୍ଫୁତିତ ଫୁଲ ଶୋଭା

ହରିନିଏ ମନ ଭରିଯାଏ ପ୍ରାଣ

କିଏ ତାର ତୁଲ ଅବା ।୨।


ମଜାଏ ଭିଜାଏ ନଚାଏ ଶ୍ୟାମଳିମା

 ଧରାବକ୍ଷରେ,

ପ୍ରକୃତିର ଭିନ୍ନ ଭିନ୍ନ ସଖୀ ସହଚରୀଂକୁ

ଧରି ସଂଗରେ ।୩।


ପାଦକୁ କଚାଡି ଚାଲିଲେ କି ହୁଏ 

କିଛି ଧରିତ୍ରୀର କ୍ଷତି

ହୃଦୟରେ ଯନ୍ତ୍ରଣା ଥିଲେବି 

ଦେଉଥାଏ ଛାତି ପାତି ।୪।


ମଣିଷ ଏକ ବାଟୋଇ ଚାଲନ୍ତି 

ଆଗକୁ ସ୍ୱପ୍ନରେ ଊଡି

ଜାଣୁନି ଜୀବନ ନଈରେ କେବେ 

ଶୁଖା କେବେ ବଢି ।୫।


ସମୟର ନିର୍ଦ୍ଦେଶେ କଞ୍ଚା ରହେ 

ପାଚିଲା ବି ଚାଲିଯାଏ

ଶୋଭାରାଜିକୁ ଦେଖୁ ଜଳି ଯାଉଛ 

କି ପ୍ରବଳ ଇର୍ଷାରେ ।୬।


ଗର୍ବ ଅହଙ୍କାର ଭରି ପରିବେଶ ନଷ୍ଟ 

କରୁଛ ମିଛରେ

ହେ ମଣିଷ ସୁସ୍ଥ ପରିବେଶର ମହତ୍ତ୍ୱ

କେବେ ଜାଣିବରେ ।୭।


ଅହଙ୍କାରରେ ଶିଶୁଙ୍କ ପରି ଲଗାଇଛ 

କାଳିମାର ଲେପ

ଯେତେ ନୀତି ଶାସ୍ତ୍ର ପଢିଲେ ବି ଛାଡୁନ 

ସେ ଅବାଧ ଛାପ ।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational