ଚକ୍ଷୁ ନୁହେଁ ସେତ ମୁଦ୍ରିତ କଇଁ
ଚକ୍ଷୁ ନୁହେଁ ସେତ ମୁଦ୍ରିତ କଇଁ


ରାତ୍ରୀ ପାରାଵାରେ
ଆଖି ଦୁଇ ତୁମ ମୁଦ୍ରିତ କଇଁ
ପ୍ରତୀକ୍ଷା କାହାକୁ ନାହିଁ ।
ସେ କଇଁ ପରାଏ
କେ ସୁନ୍ଦର ନାହିଁ
ଢଳ ଢଳ ରୂପ ମନ ନିଏ ମୋହି ।
ଚକ୍ଷୁ ଦ୍ବୟେ ଯାର
ରଙ୍ଗୀନ ସ୍ଵପ୍ନ ଆବରଣ
ଅବୁଝା ଭାଷାରେ ଦିଏ ସବୁ କହି ।
ଭ୍ରମର କୁ ମନା
ଛୁଇଁବାକୁ କଇଁ
କାଳେ ମନ ବନୁ ନେବ ସେ ଚୋରେଇ ।
ପରାଗ ରେଣୁ ରେ
ଭାବ ରଖିଥାଇ
ମନ ଭରି ଗଲେ ଦୁରେ ଉଡିଯାଇ ।
ଅପୂର୍ବ ଶୃଙ୍ଗାର
ଭ୍ରାନ୍ତେ ମନ ଛୁଇଁ
ଅପୂର୍ବ ଚକ୍ଷୁ ସେ ସବୁ ବୁଝିଯାଇ ।
ଉଷା ଆଶ୍ଵସନେ
ମଧୁସିକ୍ତା ହୋଇ
କଇଁ ରହିଥାଏ ମଧୁପକୁ ଚାହିଁ ।
କଇଁ ପରା ଭାବ
ସେ ହୃଦୟେ କାହିଁ
ପ୍ରଥମ ପରଶେ ମନ ଚୋରି ଯାଇ ।
କାମିନୀ ବରନା
ପୁରୁଷ ମଣଇ
ଚକ୍ଷୁ ପ୍ରାୟ ରୂପ ସତେକି ଦିଶଇ ।
ସର୍ବ ପ୍ରିୟ କଇଁ
ମନ ଯିଣୁଥାଇ
କେତେ ଭୋଗେ ପୁଣି ଯୋଗ୍ୟା ହେଇ ।
ପ୍ରେମିକାର ଚକ୍ଷୁ
କଇଁ ଲାଗୁଥାଇ
ସେ ଚକ୍ଷୁ ରୁ ପରା ପ୍ରେମ ଝରୁଥାଇ ।