ଜୀବନ
ଜୀବନ
ଜୀବନ ଆମ ପାଇଁ ଗୋଟିଏ ଉପହାର
ଏହାକୁ ସୁରକ୍ଷା ଦେବା ପ୍ରାଥମିକତା ଆମ୍ବର ।
ନିଶ୍ୱାସ କୁ କର ନାହିଁ ବିଶ୍ୱାସ ଜମା
କ୍ଷଣିକ ଜୀବନ ଏ, ବାକିସବୁ ନାଟକ ସିନା ।
ଅମୁଲ୍ୟ ସମ୍ପଦ ଅଟଇ ଏ ଜୀବନ
କାହିଁ ନ ବୁଝି ପାରି କରୁ କ୍ରନ୍ଦନ ।
ମାନସିକ ଚାପେ ହୋଇ ବାଟ ବଣା
ମୂର୍ଖ ପ୍ରାୟେ କର୍ମ କରି ନ ପାଅ ଯନ୍ତ୍ରଣା ।
ଆସିଥିଲୁ ଖାଲି ହାତେ, ଚାଲିଯିବୁ ଖାଲି
ନଯିବେରେ ସଙ୍ଗେ ତୋର ଭାବି ଭୂତ ବୋଲି ।
ମୋର ମୋର କହି କାହିଁ କରୁ ଅଭିମାନ
ଛଅ ଖଣ୍ଡ କାଠରେ ଯିବୁ ତୁ ଶ୍ମଶାନ ।
କାହିଁ କହୁଛୁ ମୋର ମୋର
ପିନ୍ଧିବା ବସ୍ତ୍ର ଭି ନୁହଇ ତୋହର ।
ଆସିଛୁ ଉଲଗ୍ନ, ଯିବୁ ତୁ ଉଲଗ୍ନ
କାହିଁକି ହଉଛୁ ଏତେ ଉଛନ ।
ଆହା କି ସୁନ୍ଦର ଆତ୍ମା
ଯେଉଁଠି ରୁହନ୍ତି ପରମ ଆତ୍ମା ।
ନର୍କ ତୁଲ୍ୟ ଭାବି ଏ ଜୀବନକୁ
ଦଉଡି, ବିଷ ଦ୍ଵାରା ଆତ୍ମା ହତ୍ୟା କରୁ ।
ହୋଇ ତୁ କାପୁରୁଷ ମରୁ
କାହିଁ ତୋ ପରିବାର କଥା ଚିନ୍ତା ନକରୁ ।
ଜାଗୃତ ହୁଅ ଏ ମଣିଷ
ଜୀବନକୁ ଭଲ ପାଇ ବଞ୍ଚି ଯାଅ ।
ନିଶ୍ୱାସ ଆଦ୍ୟ ରୁ ଅନ୍ତ ଯାଏ
ବଞ୍ଚି ଯାଅ ନିଜ ପଥକୁ ଭଲ ପାଇ ।
ମଣିଷ ମାନେ ବଞ୍ଚି ବାର କଳା ଶିଖିଯାଅ
ଯେତେ ଝଡ, ତୋଫାନ, ବର୍ଷା ହଉ ।
ସୁଖ, ଦୁଃଖ, ଉନତୀ, ଅବନତି, ଜଞ୍ଜାଳ, ଯାତନା
ଏ ତ ମଣିଷର ଚିର ସହଚର ।
ଭଗବାନ ସେମାନଙ୍କୁ ଅଧିକ ଦୁଃଖ, ଯନ୍ତ୍ରଣା ଦିଅନ୍ତି
ଯିଏ କି ତାଙ୍କ ସୁଷ୍ଟି ର ସର୍ବୋଚ୍ଚ କଳାକାର ।
ଵୀର ପ୍ରସବନି ଭାରତମାତାର ବୀର ସୁତ ମାନେ
ହସି ହସି ନିଜ ଜୀଵନ କୁ ଜଳାଞ୍ଜଳି ଦେଲେ,
ତାଙ୍କ ପ୍ରତି ଏଇଟା କଣ ନୁହେଁ ଅପମାନ ।
କଳାର ରାଜ୍ୟ କଳିଙ୍ଗ
ଆଜି ହାରି ଯାଇଛି
ଜୀବନ ନାଟକର କାଳରେ ।
ହେ କଳିଙ୍ଗର ସୁତ ମାନେ, ଯେଉଁଠି
ମଧୁସୂଦନ ଦାସ, ଗୋପବନ୍ଧୁ, ଜୟରାଜଗୁର,
ବକ୍ସି ଜଗବନ୍ଧୁ ଭଳି ମହାପୁରୁଷ ମାନେ ।
କଳାର ସାମ୍ରାଜ୍ୟ ଆଜି
ଜୀବନ ବଞ୍ଚି ବାର କଳା ହରାଇ ଦେଇଛି ।
ଯେଉଁ ଭୂଇଁ ରେ ଚଣ୍ଡାଶୋକ ରୁ ଧର୍ମା ଶୋକ ହୋଇ
ନୂଆ ଜୀବନ ର ବାଟ ଦେଖାଇ ଦେଲେ
ସେ ପବିତ୍ର ମାଟିରେ ଆଜି ଆମେ ଆତ୍ମା ହତ୍ୟା କଲେ
ଧିକ ଆମ ଜୀବନ, ଧିକ ଆମ ଜ୍ଞାନ ।
ହେ ଦାରୁବ୍ରହ୍ମ ତମେ ରତ୍ନ ପଲଙ୍କ ରୁ ଓଲ୍ଲାଇ ପଡ
ଶିଖାଇ ଦିଅ ତୁମେ ବଞ୍ଚି ବାର କଳା ମଣିଷକୁ ।