STORYMIRROR

Kunja Bihari Dalai

Inspirational

3  

Kunja Bihari Dalai

Inspirational

ବିନାଶ କାଳେ ବିପରୀତ ବୁଦ୍ଧି

ବିନାଶ କାଳେ ବିପରୀତ ବୁଦ୍ଧି

1 min
257

ପ୍ରତିଦିନ ଦିଏ ସୁନା ଅଣ୍ଡାଟିଏ

 ରାମୁର ଏକ କୁକୁଡ଼ା,

  ବିକ୍ରି କଲେ ଅଣ୍ଡା ଚଳେ ତା ସଂସାର

   କ୍ରୟ କରେ ଯାହା ଲୋଡ଼ା।


ଅଧିକ ଗ୍ରାହକ ଆଗ୍ରହେ ଆସନ୍ତି

 କିଣିବାକୁ ସୁନା ଅଣ୍ଡା,

  ଜଣେ ମାତ୍ର ପାଏ ନିରାଶେ ଫେରନ୍ତି

   ଗରାଖ ଦିଚାରି ଗଣ୍ଡା।


ଲୋଭ ଗ୍ରାସକଲା ରାମୁର ମନକୁ

 ‌ହେବାପାଇଁ ବଡ଼ ଲୋକ,

  ଭାବେ ଏକାଥରେ କୁକୁଡ଼ା କୁ ମାରି

   ବିକି ଦେବି ଅଣ୍ଡାତକ। 


ଭାବନା ତାହାର କାର୍ଯ୍ୟକାରୀ କଲା

 କୁକୁଡ଼ା ଟି ଦେଲା ମାରି,

  ଗୋଟିଏ ବି ଅଣ୍ଡା ଭିତରେ ନଥିଲା

   ଦେଖଇ ପେଟକୁ ଚିରି।


ବଡଲୋକ ହେବା ଆଶା ମଉଳିଲା

 ଚଳିବା ହୋଇଲା କଷ୍ଟ ,

  ପ୍ରଭୁ ଆଶୀର୍ବାଦ ଅଭିଶାପ ହେଲା

   ମନୁଷ୍ୟତ ହେଲା ନଷ୍ଟ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational