STORYMIRROR

Kalandi pal

Inspirational

3  

Kalandi pal

Inspirational

ଆ କାଳିଆ ଆ ବଳିଆ

ଆ କାଳିଆ ଆ ବଳିଆ

1 min
215


ଆ କାଳିଆ ଆ ବଳିଆ

    ଝୁଲି ଝୁଲି ଆଜି ଭକ୍ତ ମେଳରେ

ଭକତ ସାଗର ଭକତି ଅପାର

    ଲହଡ଼ି ଭାଙ୍ଗୁଛି ବଡ଼ ଦାଣ୍ଡରେ.

ଭକତି ସାଗରେ ହୋଇ ଏକାକାରେ

    ହଜିଯିବେ ବୋଲି ତୋର ସାଥିରେ 

ଆ କାଳିଆ ଆ ବଳିଆ ।


ନନ୍ଦିଘୋଷ ହୋଇଛି ସଜ୍ଜା

          ଆସ ମୋର କାଳିଆ ରଜା

ଓଲଟି ବୃକ୍ଷରେ କେତେ ଫୁଲ ଫଳେ

     ସଜ୍ଜା ହୋଇଅଛି ତୋହ ପାଇଁରେ

ଭକତି ନୈବେଦ୍ୟ ଢାଳି ତୋର ପାଦ

     ମଣିମା ମଣିମା ଡାକ ଡାକିରେ 

ଆ କାଳିଆ ଆ ବଳିଆ।


ରଥ ତୋର ଗଡି ଚାଲିଛି

       ଟିକେ ଟିକେ ରହିଯାଉଛି

ଆଶିଷର ବାରି ସୁଧା ସମ ଝରି

     ବାଣ୍ଟି ଦେଉଛୁ ତୁ ଭକ୍ତ ମେଳରେ

ପାପ ପଙ୍କ ଧୋଇ ନିଅ ହେ ଗୋସେଇଁ

      ପୁଣ୍ୟ ସୁଧା ବାରି ଢାଳି ହସ୍ତରେ

ଆ କାଳିଆ ଆ ବଳିଆ ।


ମାଉସୀମା ରହିଛି ଚାହିଁ

        ପୋଡ଼ ପିଠା ଦେବ ଖୁଆଇ

ଭାବି ପିଲା ବେଳ ପୁଣି ବାଲି ଖେଳ

      ଶରଧା ବାଲିରେ ସାଙ୍ଗ ସାଥିରେ

ଅଝଟ ପଣିଆ କରିବୁ କାଳିଆ

     ଯଶୋଦା ମାଆର ସ୍ନେହ ପାଇଁରେ

ଆ କାଳିଆ ଆ ବଳିଆ ।


Rate this content
Log in

Similar oriya poem from Inspirational