STORYMIRROR

NAGENDRA KUMAR ROUT

Others

3  

NAGENDRA KUMAR ROUT

Others

ଏକ ସନ୍ଧିକ୍ଷଣ

ଏକ ସନ୍ଧିକ୍ଷଣ

1 min
201

ସେଦିନ ର ଚୀନ୍ ବିଭିଷିକାମୟ କରୋନାର ଦୃଶ୍ୟ ଆଖିର ଆଢ଼ୁଆଳେ ଲୁଚି ନି ବିଶ୍ୱଟା ବ୍ୟତିବ୍ୟସ୍ତ ଏବେ ଅର୍ଥ ଲୋଭିଙ୍କ ବ୍ୟଭିଚାରେ କାଁ ଭାଁ ଗାଡିର ଶବ୍ଦ ଉଠାଅନି ଉଠାଅନି ମୋ ସହରଟା ଟିକେ ବିଶ୍ରମିଛି କେବେଠୁ ସେ ଅଣନିଃଶ୍ୱାସୀ ଏବେ କିନ୍ତୁ ନିଃଶ୍ୱାସ କୁ ବିଶ୍ୱାସ ନାହିଁ ତୁଣ୍ଡି ବାନ୍ଧା ଦଳେ ପଇଁତରା ମାରୁଛନ୍ତି ଗଛ ମୂଳ ଟେଣ୍ଟ୍ ଏବେ ସ୍କୁଲ ଛାତ ତଳେ ଆଜାଦ ଖିଆ ସରକାରୀ ବାବୁଙ୍କ ନିର୍ଦ୍ଦେଶର କେଉଁଠି କେଉଁଠି ବିଳାପର ଛବିତ କେଉଁଠି କିଛି ବାବୁଙ୍କ ଗୋଡ଼ ଫ୍ରି ପାଇଁ ହଲଚଲ ଏବେ ସବୁ ଠପ୍ ବନ୍ଦୀ ଆଉ ବନ୍ଦୀ ମନରେ କୋକୁଆ ର ଭୟ ହାତରେ ସାବୁନ ଆଉ ସାନିଟାଇଜର ଏଣେ ହାତେ ମୋବାଇଲ ହ୍ୱଟସପ ଫେସବୁକ ଛଟପଟ ହୁଅନ୍ତି ସଉତୁଣୀ ପରି ଏଣେ କିନ୍ତୁ କେଡେ ଭୟାର୍ତେ  ଦିନ ଗଣେ ଏବେ ଜିଇଁବାର ଲୋଭେ ବାହାନା ହେଉ ଅବା ବଞ୍ଚିବାକୁ ପ୍ରଣତି ବାଢେ ସଂନ୍ଧ୍ୟା ଆଉ ସକାଳେ ।  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍