STORYMIRROR

NAGENDRA KUMAR ROUT

Inspirational Children

4  

NAGENDRA KUMAR ROUT

Inspirational Children

ଗଣେଶ ଚତୁର୍ଥୀ

ଗଣେଶ ଚତୁର୍ଥୀ

1 min
33

ବିଘ୍ନ ବିନାଶକ ନାମ ତ ଗଣେଶ ବିଦ୍ୟାଦାତା ଗଣପତି,

ଅଗ୍ରପୂଜ୍ୟ ତୁମେ ଆହେ ଗଜାନନ ବିଶ୍ୱ ତୁମେ ବିଦ୍ୟାପତି।

କୈଳାଶ ନନ୍ଦିନୀ ଶଙ୍କର ଘରଣୀ ଜନନୀ ତୁମ ଲମ୍ବୋଦର,

ଶ୍ରେଷ୍ଠ ମାତୃ ଭକ୍ତ ଘୋଷେ ଏ ଜଗତ ଜଗି ଥିଲ ଗୁମ୍ଫା ଦ୍ୱାର।

ମାତାର ଆଦେଶେ ଦ୍ୱାରପାଳ ବେଶେ ନ ଛାଡିଲ ଗୁମ୍ଫା କାରେ,

ମହାଦେବେ ସହ ରଣେ ଅବତରି ଶକ୍ତି ପ୍ରଦର୍ଶନ କରେ।

ନ ଜାଣି ପିତାଙ୍କ ସହ ଯୁଝିଥିଲ ଦେଖାଇଲ ଶକ୍ତି ତୁମ,

ଶେଷରେ ଜୀବନ ଦେଇଦେଲ ସିନା ପିତା ପାଲଟିଲେ ଯମ।

ବିଧିର ପୂର୍ବକ ଗଜର ମସ୍ତକ ଲଗାଯାଇ ଜୀବନ୍ୟାସ,

ସେହିଦିନୁ ଘୋଷା ହୋଇଲା ଜଗତେ ଗଜାନନଙ୍କର ବେଶ।

ବେନି କରେ ଧରି ପାଶ ଅଙ୍କୁଶ ସଂକଟ କରିଲ ନାଶ,

ତେଣୁ ତ ତୁମେ ଜଗତର ସାରା ମନକୁ କରିଲ ବଶ।

ମଥାରେ ଲଗାଇ ଚନ୍ଦନ ଓ ଚିତା ଦିଶୁଅଛ ଶୋଭାବନ,

ବିଦ୍ୟା ଠାକୁରଙ୍କ ପଦରେ ଢାଳନ୍ତି ବାଳକେ ମନ ସୁମନ।

ଅବୋଧ ବାଳକେ ବିଦ୍ୟାଦିଅ ପ୍ରଭୁ ଗୁହାରି ଚରଣେ କରେ,

ସୁଗୁଣରେ ଭର ମୋ ହୃଦ କନ୍ଦର ତୁମ ନାମ ମନେ ସ୍ମରେ।

ବାସ୍ତୁ ଗଣେଶ ହୋଇ ଘରେ ଘରେ ପୂଜା ପାଅ ପୁରେ ପୁରେ,

ବିଦ୍ୟାଳୟେ ତୁମେ ବିଦ୍ୟାଦାତା ପ୍ରଭୁ ଦୁଷ୍ଟମତି ପଦେ ହାରେ।       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational