STORYMIRROR

NAGENDRA KUMAR ROUT

Fantasy

3  

NAGENDRA KUMAR ROUT

Fantasy

ଅଶାନ୍ତ ମନ

ଅଶାନ୍ତ ମନ

1 min
683

ମନ ମାରି ଦେବା

ସମାଧାନ ନୁହେଁ

ଜୀବନର ଚଲା ପଥେ

ଭୁଲ ବୁଝାବଣା

ସୁଖ ସାରିଦିଏ

ନିଜ ମରଣ ନିଜ ହାତେ

ଦୁଃଖ ତ ଆଣଇ

ସୁଖକୁ ପାଛୋଟି

ସମୟର ତାଳେ ତାଳେ

ସୁଖ ପରେ ଦୁଃଖ

ଦୁଃଖ ପରେ ସୁଖ

ଆସୁଥାଏ କାଳେ କାଳେ

ସାମୟିକ ଦୁଃଖେ

ବ୍ୟତିବ୍ୟସ୍ତ ହୋଇ

ଭାଙ୍ଗି ପଡ଼ିଥାଉ ଆମେ

ଏ ବ୍ୟତିବ୍ୟସ୍ତ

ଆସେ କୋଉ କାମେ

ତୁମେ ତ ବୁଝିନ

ମନକୁ ମୋର

ମନେ ଅସୁମାରୀ ଝଡ଼

ତ୍ୟାଗ କଲ ସବୁ

ମୁଖ୍ୟ ସମ୍ଭୋଗ

ଭାବି ଏକା ଏକା ବଡ଼

ଜୀବନ ଏମିତି

ଦୁଃଖ ଜରିଆରେ

ଭସାଇବ କେତେ ଦିନ

କି ଲାଭ ମିଳିବ

ଦୂରେଇ ଏମିତି

ଦୁଃଖରେ ମାରିକି ମନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy