Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

NAGENDRA KUMAR ROUT

Fantasy

5.0  

NAGENDRA KUMAR ROUT

Fantasy

ଅଶାନ୍ତ ମନ

ଅଶାନ୍ତ ମନ

1 min
682


ମନ ମାରି ଦେବା

ସମାଧାନ ନୁହେଁ

ଜୀବନର ଚଲା ପଥେ

ଭୁଲ ବୁଝାବଣା

ସୁଖ ସାରିଦିଏ

ନିଜ ମରଣ ନିଜ ହାତେ

ଦୁଃଖ ତ ଆଣଇ

ସୁଖକୁ ପାଛୋଟି

ସମୟର ତାଳେ ତାଳେ

ସୁଖ ପରେ ଦୁଃଖ

ଦୁଃଖ ପରେ ସୁଖ

ଆସୁଥାଏ କାଳେ କାଳେ

ସାମୟିକ ଦୁଃଖେ

ବ୍ୟତିବ୍ୟସ୍ତ ହୋଇ

ଭାଙ୍ଗି ପଡ଼ିଥାଉ ଆମେ

ଏ ବ୍ୟତିବ୍ୟସ୍ତ

ଆସେ କୋଉ କାମେ

ତୁମେ ତ ବୁଝିନ

ମନକୁ ମୋର

ମନେ ଅସୁମାରୀ ଝଡ଼

ତ୍ୟାଗ କଲ ସବୁ

ମୁଖ୍ୟ ସମ୍ଭୋଗ

ଭାବି ଏକା ଏକା ବଡ଼

ଜୀବନ ଏମିତି

ଦୁଃଖ ଜରିଆରେ

ଭସାଇବ କେତେ ଦିନ

କି ଲାଭ ମିଳିବ

ଦୂରେଇ ଏମିତି

ଦୁଃଖରେ ମାରିକି ମନ ।


Rate this content
Log in

Similar oriya poem from Fantasy