"ପ୍ରିତିର ସ୍ପର୍ଶ"
"ପ୍ରିତିର ସ୍ପର୍ଶ"
ପ୍ରୀତିର ପରଶେ ଛୁଇଁ ଦେଉଥିଲେ
ଲାଜରେ ଲାଜରେ ମଲି
ଘନ ଅନ୍ଧଂକାର ବହଳ ନିଶିରେ
ଝୁରି ଖାଲି ହେଉଥିଲି।
ସ୍ନେହ ମମତାର ଫଲଗୁ ଧାରା ତୁମେ
ଅଜାଡ଼ି ଦେଇଛ କେତେ
ତଉଲି ନପାରେ ମନ ନିକିତି ରେ
କେତେ ହୃଦବାନ ସତେ।
ମନର ସୂମନେ ଜଣିଅଛ ତୁମେ
ମୋ ହୃଦୟର ପାରିଜାତ
ନିଛକ ସତ୍ୟ ଏ ଭଲ ପାଇବାଟା
ଏମନ ତୁମଠୁ ଯାତ।
ଛବି ଆଙ୍କେ ମନେ ଅତି ନିଶବ୍ଦରେ
ତୁମକୁ ପାଇବା ପାଇଁ
କ୍ଷଣଟିଏ ଛାଡ଼ିଗଲେ ତୁମେ ପାଖୁ
ପ୍ରାଣ କାନ୍ଦେ କଇଁ କଇଁ।
ସତରେ ଏମନ ବନ୍ଧା ପଡିଅଛି
ତୁମ ପ୍ରେମ ମାୟା ଜାଲେ
ବର୍ତ୍ତିପାରୁ ନାହିଁ ଏ ସ୍ନେହ ବନ୍ଧନୁ
କେମିତି ଭୁଲିବି ଭଲେ।