STORYMIRROR

NAGENDRA KUMAR ROUT

Romance

4  

NAGENDRA KUMAR ROUT

Romance

"ପ୍ରିତିର ସ୍ପର୍ଶ"

"ପ୍ରିତିର ସ୍ପର୍ଶ"

1 min
190

ପ୍ରୀତିର ପରଶେ ଛୁଇଁ ଦେଉଥିଲେ

ଲାଜରେ ଲାଜରେ ମଲି

ଘନ ଅନ୍ଧଂକାର ବହଳ ନିଶିରେ

ଝୁରି ଖାଲି ହେଉଥିଲି।

ସ୍ନେହ ମମତାର ଫଲଗୁ ଧାରା ତୁମେ

ଅଜାଡ଼ି ଦେଇଛ କେତେ

ତଉଲି ନପାରେ ମନ ନିକିତି ରେ

କେତେ ହୃଦବାନ ସତେ।

ମନର ସୂମନେ ଜଣିଅଛ ତୁମେ

ମୋ ହୃଦୟର ପାରିଜାତ

ନିଛକ ସତ୍ୟ ଏ ଭଲ ପାଇବାଟା

ଏମନ ତୁମଠୁ ଯାତ।

ଛବି ଆଙ୍କେ ମନେ ଅତି ନିଶବ୍ଦରେ

ତୁମକୁ ପାଇବା ପାଇଁ

କ୍ଷଣଟିଏ ଛାଡ଼ିଗଲେ ତୁମେ ପାଖୁ

ପ୍ରାଣ କାନ୍ଦେ କଇଁ କଇଁ।

ସତରେ ଏମନ ବନ୍ଧା ପଡିଅଛି

ତୁମ ପ୍ରେମ ମାୟା ଜାଲେ

ବର୍ତ୍ତିପାରୁ ନାହିଁ ଏ ସ୍ନେହ ବନ୍ଧନୁ

କେମିତି ଭୁଲିବି ଭଲେ।


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance