STORYMIRROR

NAGENDRA KUMAR ROUT

Inspirational

3  

NAGENDRA KUMAR ROUT

Inspirational

ଜଗତର ହିତେ ଗଛ

ଜଗତର ହିତେ ଗଛ

1 min
395


ମନେ ଚିନ୍ତେ ଯିଏ ଜଗତର ହିତ

      ପରେ ଦେବାଲାଗି ପ୍ରାଣ

ସବୁଜ ବଳୟ ସବୁଠୁ ଆଗରେ

     ପ୍ରାଣ ଦାନ କରେ ଜାଣ।


ତା ବିନୁ ବଞ୍ଚିବା କଷ୍ଟକର ହୁଏ

     ଅମ୍ଳଜାନ ଉତ୍ସ ସିଏ

ତାକୁ ନାଶ କରି କି ସୁଖ ଅରଜେ

     ମୃତ୍ୟୁ ର କାରକ ହୁଏ।


ଶୁଦ୍ଧ ବାୟୁ ଶୁଦ୍ଧ ଜଳ ନ ମିଳଇ

     ଜଳ ସ୍ତର ଯାଏ ଘୁଞ୍ଚି

ସମୟ ଆସିବ କିଛି ନ ମିଳିବ

    ଜୀବ ନ ପାରିବେ ବଞ୍ଚି।


ଖାଲି ଜାଗା ଦେଖି ଗଛ ଦିଅ ପୋତି

    ସୁଶୀତଳ କର ଧରା

ବଞ୍ଚି ବଞ୍ଚାଇବା ଜଗତ ରଖିବା

     ଭାରତୀୟ ନିତି ପରା।


ଜଙ୍ଗଲ ହେଉଛି ଦିନୁ ଦିନ ନଷ୍ଟ

     କଳକାରଖାନା ବଜାର ହାଟ

କଙ୍କ୍ରିଟ ଜଙ୍ଗଲେ ଭରି ଯାଉଅଛି

    ଗଛ ଲତା କାଟି କରଇ ବାଟ।


ଧୂଳି ଧୂଆଁ ଖାଇ ରୋଗ କିଣୁଅଛି

     ଘୋଡାଉଛି ନାକ ପାଟି

କେତେ ନୂଆ ନୂଆ ରୋଗ ମାଡିଆସେ

      ଯନ୍ତ୍ରଣା ରେ ହୁଏ ଘାଣ୍ଟି।


ସୃଷ୍ଟି କରି ନିଜେ ସବୁଜ ବଳୟ

       ନିରୋଗ ରୁହ ରେ ଭାଇ

କୃତ୍ରିମ ସୁଖକୁ ଆପଣେଇ ନେଇ

      ଦୁଃଖ ରେ ରହିବ କାହିଁ।


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational