STORYMIRROR

NAGENDRA KUMAR ROUT

Others

4  

NAGENDRA KUMAR ROUT

Others

ବିବିଧା ବସନ୍ତ

ବିବିଧା ବସନ୍ତ

1 min
414

କୁସୁମ ମଞ୍ଜୁଳେ ବିମଣ୍ଡିତ ହୋଇ

ହସୁଛି ବସନ୍ତେ ଧରା

ମୃଦୁ ମନ୍ଦ ମଧୁ ମଳୟ ବହଇ 

ହୃଦେ ହୃଦେ ଦେଇ ଧରା

ପଞ୍ଚମତାନରେ କୋକିଳର ସ୍ୱରେ

ବସନ୍ତ ଗାଉଛି ଗୀତ

ସଧିରେ କହୁଛି ଏ ଧରା ଧାମରୁ

ଛାଡି ଛାଡି ଯାଏ ଶୀତ

ହଳଦୀ ବସନ୍ତ ବସନ୍ତେ ଦେଖନ୍ତ

ଶୁଭ ବୋଲି ହୁଏ ଗଣା

ସ୍ୱର୍ଣ୍ଣ ଶୀର୍ଷ ଧାନ କଟା ହେଲା ପରେ

କ୍ଷେତେ ହସୁଥାଏ ଚଣା

ଆମ୍ବ ବଉଳର ବାସଟା ଚହଟେ

କରି ଜନ ମନ ହରା

ରଙ୍ଗ ବେରଙ୍ଗର ସୁମନେ ସଜ୍ଜିତ

ଦିଶଇ ଧରଣୀ ତୋରା

ଦୋଳେ ରାଧାକୃଷ୍ଣ ଦୋଳି ଖେଳି ଖେଳି

ବୁଲନ୍ତି ଗାଁ ରୁ ଗାଁ

ହୋଲି ର ରଙ୍ଗରେ ରଙ୍ଗାୟିତ ହୋଇ

ଦିଅନ୍ତି, ବଞ୍ଚିବାର ନୂଆ ରାହା

ପ୍ରଭୁ ଦୟାମୟ ହୁଅ ଗୋ ସୁଦୟ

ଜୀବନର ପଥେ ପ୍ରାନ୍ତେ

ବସନ୍ତ ବିରାଜୁ ଚିରନ୍ତୀନିହୋଇ ଏ ଭବ ସଂସାରେ ନିତ୍ୟେ ।


Rate this content
Log in