STORYMIRROR

NAGENDRA KUMAR ROUT

Others

3  

NAGENDRA KUMAR ROUT

Others

ସେ ନଦୀର ତୀରେ

ସେ ନଦୀର ତୀରେ

1 min
196

ଚିତ୍ରୋତ୍ପଳା ନଦୀ କ୍ଷୀର ସାଗର

ସେ ତଟର କୂଳେ ଅଶ୍ୱଥ ବର।

ତିଳକଣା ନାମେ ଗ୍ରାମଟି ସେଠି

ସେଠାରେ ନିବାସ ମଠ ସେଇଠି।

ଧ୍ୟାନ ତପ ଜପ ଯୋଗର ବଳେ

ପଞ୍ଚସଖା ହେଲେ ଏ ମହି ତଳେ।

ନିରୋଳେ ନିର୍ଜନେ ପ୍ରଭୁଙ୍କୁ ଜପି

ଧ୍ୟାନ ବଳେ ଗଲେ ମାଳିକା ଲେଖି।

ଅମର ଯୁମର ଶୂନ୍ୟ ସଂହିତା

ଲେଖିଲେ ଅନେକ କରି ଭଣିତା।

ଧନ୍ୟ ସନ୍ଥ ଧନ୍ୟ ତୁମ ଜୀବନ

ଏ ମର୍ତ୍ତ୍ୟ ମଣ୍ଡଳେ ହେଲ ମହାନ।

ସଚେତନ କଲ ମାଳିକା ଲେଖି

ଭବିଷ୍ୟତ କଥା ଯାଇଛ ରଖି।

ପୂଜା ପାଅ ଆଜି ନେମାଳ ମଠେ

ବହୁ ଜନ ସମା ଗମଏ ପିଠେ।

ଗୁପ୍ତ ବୃନ୍ଦାବନ ନାମଟି ଯା'ର

ଦେଇଛନ୍ତି ପ୍ରଭୁ ସେ ଦିବ୍ୟ ବର

ଜଗି ବସି ଅଛ ନେମାଳ ପୁର

ଦେଖିବ ବୋଲିକି ମ୍ଲେଛ ସଂହାର।

ଅପ୍ରକଟ ଅଛି ଅନେକ ତଥ୍ୟ

ଅବଶ୍ୟ ଘଟିବ ନିହାତି ସତ୍ୟ।

ପ୍ରକାଶିତ ଏବେ ଯାହା ଘଟିଛି 

ଆଖି ଆଗେ ଏବେ ଘଟି ଯାଉଛି।

ପୋଥି ପତ୍ର ସବୁ ଯେତେ ରହିଛି 

ଆଦେଶେ ପାଇଁ କି ଅପେକ୍ଷା ଅଛି।

ବିନା ଆଦେଶରେ ନହେବ ଖୋଲା

ଖୋଲିଲେ ନିଶ୍ଚୟ ଲାଗିବ ପାଲା।

ସାଧୁସନ୍ଥ ନଦୀ ତଟ ବାଲିରେ

ଏକତ୍ର ହୁଅନ୍ତି ପୂଣ୍ୟ ତିଥିରେ

ଭଜନ କୀର୍ତ୍ତନେ ପାହେଟି ରାତି

ହଟିଯାଏ ମନୁ ଯେତେ ଅରାତି।

ଜ୍ୟେଷ୍ଠ ପୂର୍ଣ୍ଣମୀ ସେ ପବିତ୍ର ଦିନ

ଦିବ୍ୟ ଦରଶନେ ଉଲ୍ଲସେ ମନ।


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍