Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance Classics Inspirational

4  

Bharatabandhu Biswal

Romance Classics Inspirational

ବସନ୍ତ ରାସ

ବସନ୍ତ ରାସ

1 min
290



ଚାଲ ପ୍ରିୟ ସଖୀ ମିଳନ କୁଞ୍ଜକୁ

ଭେଟିବା ଶ୍ରୀଗୋପୀନାଥ

ବୋଳି ହେବା ଦେହେ ରଙ୍ଗର ଅବିର

ହେବ ପୂର୍ଣ୍ଣକାମ ଚିତ୍ତ ।

ବହୁଅଛି ମୃଦୁ ମଳୟ ସମୀର

ସୁକୁମାର ତନୁମନ

ନବୀନ ପଲ୍ଲବ ଚହଟେ ସୁମନ

ପ୍ରବେଶ ଋତୁରାଜନ ।

ଆମ୍ର ତରୁ ଡାଳେ କୋକିଳ କଣ୍ଠରେ

ମଧୁର ଲଳିତ ସ୍ବନ

ଗହଳ ଚହଳ ଦଳ ମଧୁକର

ମକରନ୍ଦ ପାନେ ମଗ୍ନ ।

ବିକଶନ୍ତି ବାସ କେତକୀ ମାଧବୀ

ମଲ୍ଲୀ ଚମ୍ପା ନାଗେଶ୍ଵର 

ମୁକୁଳିତ ହୃଦ ଉଲ୍ଲାସ ଆନନ୍ଦେ

ଚଞ୍ଚଳ ହୁଏ ବିଭୋର ।

ନିକୁଞ୍ଜ ହୃଦୟ ରମ୍ୟ ବୃନ୍ଦାବନ 

ପୌର୍ଣ୍ଣମାସୀ ଅଭିସାର 

ପବିତ୍ର ଯମୁନା ପୁକାରେ କଦମ୍ବ 

ବିରାଜ ମୂରଲୀଧର ।

ଅମୀୟ ଅଧରେ ବେଣୁ ମଧୁ ସ୍ବନେ

ଗୁଞ୍ଜୁ ରାସ କେଳି ରସ

ମୋହନ ଚୂଳରେ ସୃଜୁ ଇନ୍ଦ୍ରଚାପ 

ଚନ୍ଦ୍ରିକା ମୟୂରପୁଚ୍ଛ ।

କୃଷ୍ଣ ଅଭିସାରେ ସୁଗ୍ରାମ ସଦନେ

ଅନ୍ଧକାର ହେଉ ନାଶ

ବିଧୁକର ଆଭା ଶୋଭା ଦରହାସେ

ଜ୍ଯୋତି ହେଉ ସୁପ୍ରକାଶ ।

ଗୁଣି ପଦ୍ମରାଗ ଶ୍ରୀହରି ଚରଣ

ବିଳପୁ ମନ ମଧୁପ

ମଜ୍ଜି ବେଣୁ ସ୍ବନେ ହରୁ ଦୁଃଖ କଷ୍ଟ 

ବିଷୟ ବହ୍ନି ସନ୍ତାପ ।

 



Rate this content
Log in

Similar oriya poem from Romance