Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Romance Inspirational

4  

Sarojini Mishra

Romance Inspirational

ପ୍ରେମ ଧନ

ପ୍ରେମ ଧନ

1 min
214



ଯେତେ ଧନ ଥିଲେ କି ହେବ ରେ ମନ

ହୃଦେ ଯଦି ପ୍ରେମ ନାହିଁ

ଚୋର ଖଣ୍ଟ ଖାଲି ହେବେ ଆକର୍ଷିତ

ଶାନ୍ତି ତ ମିଳିବ ନାହିଁ ।


ପ୍ରେମ ଧନଟି ଯେ ହୃଦୟ ବ୍ୟାଙ୍କ୍ ରେ

ଯଦି ଜମା ହୋଇ ଥାଏ

ବଚନ ମଧୁର ଭାବ ବି ବିଧୂର

ଆପଣା ପର ନ ନଥାଏ ।


ପ୍ରେମ ଧନେ ପରା ଏ ସୃଷ୍ଟି ଯେ ସ୍ଥିତ

ପ୍ରେମ ଧନ ଦିଏ ଶାନ୍ତି

ଚୋର ତସ୍କରଙ୍କ ଭୟ ବି ନ ଥାଏ

କଥା ରେ ବର ବରଷେ ମୋତି ।


ପ୍ରେମ ଧନ ଥିଲେ ବ୍ୟକ୍ତିତ୍ଵ ଫୁଟଇ

ପର ହୁଏ ଆପଣାର

ପ୍ରେମ ର ପରଶେ ବିବେକ ସ୍ଫୁରଇ

ଜୟ ହୁଏ ମଣିଷ ର ।


ପ୍ରେମ ଧନ ଥିଲେ ପିତାମାତା ପରା

ସାଜନ୍ତି ଆମ ଠାକୁର

ସେନେହ ଡୋର ରେ ଶ୍ରଦ୍ଧାର ଦୋଳରେ

ଝୁଲଇ ଯେ ପରିବାର ।


ପ୍ରେମର ପରଶ ଚିରନ୍ତନ ଅଟେ

ସଂପର୍କର ମୂଳଦୁଆ 

ପ୍ରେମ ଧନେ ସୃଷ୍ଟି ହୁଏ ହରା ଭରା

ପ୍ରେମ ଶାନ୍ତିର ପସରା ।


ପ୍ରେମ ଧନ ପରା ନିଆରା ସମ୍ପଦ

ଭାବରେ ଭାବରେ ଚାଲେ

କଥା ନ କହି ବି ନିଃଶବ୍ଦ ଭାଷାରେ

ବହୁ କଥା କହି ଦିଏ ।


ପ୍ରେମ ଧନେ ଚାଲ ହୃଦୟ ଭରିବା

ପ୍ରେମ ଧନ ବାଣ୍ଟି ଯିବା

ପ୍ରେମମୟ ହେବ ଏ ଜଗତ ସାରା

ବହିବ ଶାନ୍ତିର ଧାରା ।


Rate this content
Log in

Similar oriya poem from Romance