ପ୍ରେମୀ ମଧୁମାସ
ପ୍ରେମୀ ମଧୁମାସ


ବାସନ୍ତୀ ମଳୟ କରି ପ୍ଲାବିତ ପଞ୍ଚ ଶାୟକ
ନବ ଯୁବା ପ୍ରାଣ କରିଛି ମନ୍ଥନ ମନ ରଞ୍ଜକ l
ଜନପଦ ପୁର ପଲ୍ଲୀ ମହକେ ପ୍ରଣୟ ଫୁଆରେ
ଆମ୍ର କାନନେ କୋକିଳ ଗାଏ ଗୀତ ଲୟରେ l
ନବ ଉନ୍ମାଦନା ନବ ଯୌବନେ ହୁଏ ସମ୍ମିଶ୍ରିତ
ବିକର୍ଷଣ ହୁଏ ପରାଭୂତ ଆକର୍ଷଣେ ସୁନିହିତ l
ବିପିନ କାନନେ ମୃଦୁ ମନ୍ଦ ସମୀର ବହନେ
ମନ ପ୍ରାଣ ତୋଷି ଜନ ଗଣେ ସ୍ୱପ୍ନିଳ ବନ୍ଧନେ l
ଋତୁରାଜ ବସନ୍ତ ତୁମେ ସ୍ୱର୍ଗ ମର୍ତ୍ତ୍ୟ ପାତାଳେ
ଆଧିପତ୍ୟ ତୁମର ଚିରସ୍ରୋତା ତରଙ୍ଗ ଉଦ୍ଗାରେ l
ସଖା ତୁମ କନ୍ଦର୍ପ ପିକ ପୁଷ୍ପଗୁଚ୍ଛ ଋତୁର ଚୟନ
ପିକ କଣ୍ଠେ ତୁମ ସୁଲଳିତ ପ୍ରଣୟ ସଙ୍ଗୀତ ଗାନ l
କାଳେ କାଳେ ରଖିଅଛ ଟେକ ତୁମେ ରାଜ ପଣେ
ଅତନୁ ବନ୍ଧନେ ଭାସମାନ ତୁମ
ଯଶ ସଦା ଗଗନେ l
ପଲାଶ ବନେ କୃଷ୍ଣଚୁଡ଼ା କୁଞ୍ଜେ ମତୁଆଲା ଅଳି
ପ୍ରଣୟ ସଙ୍ଗୀତ ଗାଏ ଗୁଣୁ ଗୁଣୁ ପୁଷ୍ପ ମୋହେ ଭୁଲି l
ଅତି ସୁନ୍ଦର ଆହେ ବସନ୍ତ ତୁମ ଗୁଣ ଗାରିମା ଏଠି
ଆବାଳବୃଦ୍ଧବନିତା ଉଠନ୍ତି ନାଚି ରସସ୍ୱାଦି ଏକାଠି l
ରାଧା କୃଷ୍ଣ ଯୁଗଳ ରଚନ୍ତି ମେଲଣ ବିମାନେ ବସି
ସମଗ୍ର ବିଶ୍ୱବାସୀ ଗଣଙ୍କୁ ସନାତନୀ ପ୍ରେମେ ରସି l
ରଙ୍ଘ ପିଚକାରୀ ତୁମ ଚିର ସହଚର ଆଉ ଅବିର
ନାଲି ନେଳି ନାରଙ୍ଗୀ ଧୂଳିରେ ଧରା ଦିଶେ ସୁନ୍ଦର l
ହେ ବସନ୍ତ ତୁମେ ଜୀବଜଗତର ଉଚ୍ଚପ୍ରାଣଦ ସଖା
ତୁମ ବିନା ମର୍ତ୍ତ୍ୟ ଶୋଭା ହୀନ କରେ ଚିର ପ୍ରତୀକ୍ଷା l
ପ୍ରତି ବର୍ଷ ଆଗମନେ ଆଲ୍ଲାଦିତ କର ଆମକୁ ସଦା
ନହୁଅ ଆନମନା ତୁମେ ବିଧିର ବିଧାନ କରିଣ ବିଦା ।