STORYMIRROR

LALIT MOHAN DASH

Romance Inspirational

4  

LALIT MOHAN DASH

Romance Inspirational

ଓଁ ନମଃ ଶିବାୟ

ଓଁ ନମଃ ଶିବାୟ

1 min
277

ତୁମେ ଥରେ ନିରାକାରରୁ 

ନରାକାର ହୋଇଯାଅ

ହେ ସ୍ବୟଂମ୍ଭୁ !

ଦେଖ ଏଠି,

ନିତି ଜୀବନ ମନ୍ଥନ

କେତେ ଅମୃତ

କେତେ ବିଷ

ଘନ ଘନ ହୁଅଇ ଉତ୍ପନ୍ନ ।।


ନୀଳ ଦିଶେ ନାହିଁ କଣ୍ଠ

ତଥାପି ମଣିଷ

ପିଉଥାଏ ହଳାହଳ

ନୀରବେ ଆକଣ୍ଠ

କହିବାକୁ କର୍ମଫଳ

ତୁମେ ପରା ବିଧି ସ୍ରଷ୍ଟା

ତୁମେ ସୃଷ୍ଟି ,

ତୁମେ ପୁଣି ଦ୍ରଷ୍ଟା ।।


ଥରେ ତୁମେ ପାଷାଣରୁ

ଦେଖନ୍ତନି ତୁମ ସୃଷ୍ଟି

ଜାଗରର ମହାଦୀପ ପରି

ଅହର୍ନିଶି ଜଳୁଥାଏ

ଧର୍ମ କରି ଜ୍ଞାନ ଜ୍ବଳନକୁ

ସେ ଆଲୋକେ ,

ଉଜ୍ବଳତା ଯେତେ

ହୋଇବ କି ସମ

ଥରେ ତୁମ କୃପା ଲଭିବାକୁ ।।


ତୁମେ ଉଦ୍ଧାରି ଦିଅ ହେ ଜଗତ

ତୁମେ ପରା ଏ ସୃଷ୍ଟିର

ଏ ସୃଷ୍ଟି ତୁମର

ତୁମ ଠାରେ ଲୀନ ହେବା 

ଲକ୍ଷ୍ୟ ଏ ସୃଷ୍ଟିର

ଶୁଭୁଥାଉ ଓଁକାରର

ଗହଗହ ନାଦ

ତୁମେ ଥରେ କୃପା କର

ଆହେ ବିଶ୍ବନାଥ ।।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance