STORYMIRROR

LALIT MOHAN DASH

Abstract Romance Classics

4  

LALIT MOHAN DASH

Abstract Romance Classics

ଶୀତ ରାତି

ଶୀତ ରାତି

1 min
237


ଝିଲିମିଲି କରେ କାକରର ବୁନ୍ଦା

   ଦୁବ ଶିର ପରେ ବସି, 

କଅଁଳ ଖରାରେ ସେକି ହୁଏ ଧରା

   ମୁରୁକି ମୁରୁକି ହସି, 

   ମଉନେ ବସିଛି ଶୀତ, 

ଆବେଗରେ ଚୂଲି ପଚାରୁଛି ତାକୁ

   ବସିବା କି ଭାଇ ମିତ? 


ଭଙ୍ଗା ଛାଉଣୀକୁ ଫୁଙ୍ଗୁଳା ଦେହଟି

   ମାରୁଅଛି ଆଖିଠାର, 

ଶିଶିରରେ ସ୍ନାତା ପ୍ରଭାତ ସୁନ୍ଦରୀ

   ପିନ୍ଧି ହୀରକର ହାର, 

   ହସ୍ତେ ଅର୍ଘ୍ୟଥାଳି ଧରି, 

ପ୍ରାତଃ ବନ୍ଦାପନା ପାଇଁ ଅବନିକୁ

    ଆସିଅଛି ଅବତରି। 


ସୋରିଷ କ୍ଷେତରେ ଫୁଲର ରୋଷଣୀ

    ଦିଶେ କେଡେ ମନୋହର, 

ଅନିଳର ତାଳେ ଅଳି ଖେଳେ ଦୋଳି

    ବଂଶୀ ବଜାଏ ଭଅଁର, 

    ପ୍ରଜାପତିର ଶୋଭାରେ, 

ସୌନ୍ଦର୍ଯ୍ୟ ମଣ୍ଡିତ ହୁଏ ଉପବନ

    ଅପୂର୍ବ ବର୍ଣ୍ଣ ବିଭାରେ। 


ବଢି ଅନ୍ଧାରରୁ ଚାଷୀଭାଇ ଉଠି

   କ୍ଷେତକୁ ଯାଏ ଖୁସିରେ, 

ସୁବର୍ଣ୍ଣ ଧାନରେ ପୁରିଉଠେ ଖଳା

   ତା' ଭାବ କେ ବର୍ଣ୍ଣିପାରେ ? 

   ଧୂନି ଡାକେ ହାତ ଠାରି, 

ମୋ ପାଶେ ବସିଲେ ଶୀତରାଣୀ ପରା

   ଲୁଚି ପଳାଇବ ଡରି। 

   


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract