Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smita Rani Barik

Romance

4  

Smita Rani Barik

Romance

ବଞ୍ଚିବାକୁ ହୁଏ ପ୍ରେମୀକା ପାଇଁ

ବଞ୍ଚିବାକୁ ହୁଏ ପ୍ରେମୀକା ପାଇଁ

1 min
332


ବଞ୍ଚିବାକୁ ଇଚ୍ଛା ହୁଏ 

     ହଜାର ବରଷ 

         ତୁମକୁ ମୁଁ ଦେଖି ଦେଲା ପରେ |

ଲେଖିବାକୁ ଇଚ୍ଛା ହୁଏ

       ହଜାର ବରଷ

          ତୁମ ନାମ ହୃଦୟ ଖାତାରେ ||

ପଢିବାକୁ ଇଚ୍ଛା ହୁଏ 

      ହଜାର ବରଷ

           ତୁମ ମନ ପ୍ରତି ମୁହୂର୍ତ୍ତରେ |

ଗାଇବାକୁ ଇଚ୍ଛା ହୁଏ 

       ହଜାର ବରଷ 

            ତୁମ ଗୀତି ଛନ୍ଦ ତାଳ ସୁରେ ||

ଶୁଣିବାକୁ ଇଚ୍ଛା ହୁଏ

        ହଜାର ବରଷ 

            ତୁମ ନାମ ମଧୁର ବୀଣାରେ |

ଦେଖିବାକୁ ଇଚ୍ଛା ହୁଏ

        ହଜାର ବରଷ

             ତୁମ ରୂପ ମୋ ନୟନ ଧାରେ ||

ଚାଲିବାକୁ ଇଚ୍ଛା ହୁଏ

        ହଜାର ବରଷ 

             ତୁମ ପ୍ରେମେ ବାନ୍ଧି ହେଲାପରେ |

ଖେଳିବାକୁ ଇଚ୍ଛାହୁଏ 

        ହଜାର ବରଷ

             ତୁମ ସାଥେ ଭାବନା ରାଜ୍ୟରେ ||

ରହିବାକୁ ଇଚ୍ଛା ହୁଏ 

       ହଜାର ବରଷ 

            ତୁମ ପାଶେ ନିର୍ଜନ ରାତ୍ରୀରେ |

କହିବାକୁ ଇଚ୍ଛା ହୁଏ 

       ଦୁଃଖ ସୁଖ କିଛି

           ଏ ପୃଥିବୀ ଶୋଇ ଗଲା ପରେ ||

          


Rate this content
Log in

Similar oriya poem from Romance