Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bunee Tripathy

Romance Others

3  

Bunee Tripathy

Romance Others

ଅଡୁଆ ସୂତା

ଅଡୁଆ ସୂତା

1 min
147


ଗୋଲାପୀ ଗୋଲାପୀ ଅଧରେ ତୋହର

   ଅମୃତ ରହିଛି ଲାଖି

ଚୁମିଦେଲେ ଥରେ ତୃଷା ନିବାରଇ

   ଯୁଗଯୁଗ ପରା ସାକ୍ଷୀ।


ପ୍ରେମର ପାଖୁଡା ଅନେକ ସାଇତା

   ଲେଖିଛି ତୋହରି ନାମ

ପ୍ରୀତିର ପରଶ ଜାଗେ ଶିହରଣ

   ମନେ ଭରେ ଉନ୍ମାଦନା।


ଦୁଇଟି ମନର ଅକୁହା କାହାଣୀ

   ତୁହି ଏକା ପଢ଼ିପାରୁ

ଅଡୁଆସୂତାର ଖିଅ ଖୋଜୁଖୋଜୁ

   ଯୋଡିବାର ସୁତ୍ର ଧରୁ।


ଜୀବନରେ ଭରେ ସାତରଙ୍ଗ ଯେବେ

   ହସିଉଠେ ଯେ ସଂସାର

ସେ ରଙ୍ଗ ଭିତରେ ତୋହର ପ୍ରାଧାନ୍ୟ

  ଦେଖିଲେ ଆନନ୍ଦ ଝରେ।



Rate this content
Log in

Similar oriya poem from Romance