ପ୍ରିୟତମ ମୋର
ପ୍ରିୟତମ ମୋର
ଛିଃ ତମେ କେଡ଼େ ଇସ୍
କଥାରେ କଥାରେ
ପ୍ରେମର ସେ ପରିଭାଷା
ମୋ ଆଗେ ଦେଉଛ ତ କହି
ଲାଜରେ ଯାଏ ମୁଁ ଝାଉଁଳି
ତୁମେ କିନ୍ତୁ ହସୁଥାଅ
ମୁରୁକି ମୁରୁକି ।
ମୋ ପ୍ରେମର କୋଣାରକେ
ତୁମେ ଅଟ ସେହି ଶିଳ୍ପୀ
ହାତରେ ତୁମର ନିହାଣ ମୁଗୁର
ମୁଁ ତ ସାମାନ୍ୟ ପ୍ରସ୍ତର
ତୁମ କଳ୍ପନାରେ ଗଢିଦେବ
ରୂପ ଦେବ ଅପସରା
ଅବା ତ କିନ୍ନରୀ ।
ପ୍ରିୟତମ ମୋର
ତୁମ ପ୍ରୀତି ବତୀଘରେ
ଆଲୋକଟେ ହୋଇ
ଜଳୁଥିବ ପ୍ରତି ରାତି ପ୍ରତି ଦିନ
ଦିକିଦିକି ହୋଇ
ପ୍ରେମର ସେ ରାଗେଣୀରେ
ଭିଜୁଥିବି ନିତି ।
ତୁମେ କିନ୍ତୁ ଭାରି ଦୁଷ୍ଟ
ମଧୂପର ପରି କରି ଗୁଣୁଗୁଣୁ
ଆଙ୍କି ଦିଅ ଅଧରେ ଚୁମ୍ବନ
ନା, ନା କହି
ଦୂରେଇ ତ ଗଲେ
ଭିଡିଆଣ ପାଖକୁ ତୁମର
ବାହୁର ବନ୍ଧନେ ବାନ୍ଧିଦିଅ
ପାରେନି ମୁକୁଳି ।
ଇସ୍ ତୁମେ ଭାରି