ଦେଖିବ ଦୁନିଆ
ଦେଖିବ ଦୁନିଆ
ତୁମେ ଫେରିଆସିଛ ସଖି
ଫଗୁଣର ଫଗୁରେ
ମଳୟର ବାସ୍ନାରେ
ଚ୍ଯୁତ ଗଛର ବଉଳରେ
ପିକର କୁହୁ ତାନରେ
ସେଦିନ ଗୋପପୁରେ
ତୁମକୁ ଏକାକରି
ଆସିବାର ପରେ
କେବେ ପଡିନି ପଲକ
ଆସିନି ତ ନିଦ୍ରା
ଉଜାଗର ରହି
କଟି ଯାଉଥିଲା
ରାତି ମୋର ।
ବଂଇଶୀଟା ମୋର
ତୁମ ବିନା ବାଜିନି ତ କେବେ
ଝୁରିଛି ମୁଁ ପ୍ରତିକ୍ଷଣ
ତୁମର ସେ ସାନିଧ୍ୟ
ତୁମ ଦେହର ବାସ୍ନା
ତୁମ ଚୁର୍ଣ୍ଣ କୁନ୍ତଳ
ବିରହ ଯନ୍ତ୍ରଣାରେ.
ହୋଇ ଛଟପଟ
ବାରବାର ଖୋଜୁଥିଲି
ତୁମକୁ ତ ରାଈ ।
ଅଭିମାନରେ କହିବ ତ ତୁମେ
ଋକ୍ମିଣୀଙ୍କ ସାଥେ
ହସିଖେଳି ବିତୁ ଥିଲା
ଜୀବନଟା ମୋର ।
ନା ସଖି
ପ୍ରେମ ତ ଆନନ୍ଦ
ପ୍ରେମ ତ ପବିତ୍ର
ପ୍ରେମ ପାଇଁ କୁଞ୍ଜବନେ
ତୁମ ସାଥେ କରୁଥିଲି କେଳି।
ତୁମ ପ୍ରେମ ଦେଇଥିଲା
ଆଖିରେ ସପନ
ବଞ୍ଚିବାର ରାହା
ବାଜୁଥିଲା ବଂଇଁଶୀ ମୋ
ତୁମ ନାମ ଧରି ।
ତୁମେ ଫେରିଆସିଛ
ମୋ ପାଖକୁ
ଫଗୁଣକୁ ଦେଉଛି ବଧାଇ
ରଙ୍ଗ ପିଚକାରୀ ଧରି
ତୁମ ସାଥେ
ଖେଳିବି ମୁଁ ହୋଲି। ଫଗୁର ରଙ୍ଗରେ
ପ୍ରେମ ମୋର ହେବ ତ ରଙ୍ଗିନ
ତୁମେ ଲୁଚୁଥିବ
ମୁଁ ଖୋଜୁଥିବି
ସୃଷ୍ଟି ହେବ କୁଞ୍ଜବନ
ଦେଖିବ ଦୁନିଆ
ରାଈ ଦାମୋଦର ପ୍ରେମ ।