ସେ ହିଁ ତ ନାରୀ
ସେ ହିଁ ତ ନାରୀ
ବନ୍ଧୁର ପର୍ବତ ଡେଇଁ
ଆଗକୁ ଯେ ଯାଇପାରେ
ସେହି ଏକା ନାରୀ....।
ଏକସଙ୍ଗେ ସାଜି ପାରେ
ଜାୟା, ଜନନୀ, ଭଗିନୀ
ସ୍ନେହରେ ସେ ଜନନୀ
ପ୍ରେମରେ ସେ ଜାୟା
ମମତାରେ ସାଜେ ସେ ଭଗିନୀ
ସହିପାରେ ଯନ୍ତ୍ରଣାର
ଚାବୁକ ପ୍ରହାର....।
ଅନ୍ୟର ଖୁସି ପାଇଁ
ହସିହସି ଦେଇପାରେ ଅଗ୍ନିପରୀକ୍ଷା...।
ଗୋଧୂଳି ଲଗନେ....
ଚଉଁରାର ମୂଳେ...
ପରିବାର ପାଇଁ....
ଜାଳି ସଞ୍ଜ ବତୀ.....
ମୁଣ୍ଡରେ ଓଢ଼ଣା ଦେଇ..
ଓଳିଗି ସେ ହୁଏ
ସେହି ହିଁ ତ ନାରୀ....।
ପୁରୁଷର ମଧ୍ଯେ
ନିଜ ସ୍ଥାନ କରିବାକୁ
ସଂରକ୍ଷିତ ସିଏ....
ଅହରହ କରେ ସେ ସଂଗ୍ରାମ...।
ତଥାପି କରେନି ଘୃଣା
ମଥାରେ ପିନ୍ଧିଥାଏ
ଆୟୂଷ ସିନ୍ଦୂର
ପୁରୁଷର ପାଇଁ....।
ସେ ହିଁ ତ ନାରୀ...।
ସର୍ବସଂହା ସାଜି
ଦଶାଦୋଷ କରିପାରେ କ୍ଷମା
ଅଧରରୁ ଝରୁଥାଏ
ପୀୟୂଷର ଧାରା....
ପଣତରେ ଆଢୁଆଳେ
ସଭିଙ୍କୁ ମଣି ଆପଣାର
ବାହିନିଏ ସଂସାରର ତରୀ.....
ସେ ହିଁ ତ ନାରୀ....।
ସଧବା ସିନ୍ଦୂର ପିନ୍ଧି
ଶୋଇଯାଏ ଯେବେ
ସାହି ମାଇପିଏ ମିଶି
ବଧୂ ବେଶେ ଦିଅନ୍ତି ସଜାଇ
କୋକେଇରେ ସବାରୀରେ
ଡିଏଁ ସେ ଏରୁଣ୍ଡି
ତା ପାଇଁ ତ ବିଞ୍ଚାହୁଏ
ଖଇ ଓ କଉଡ଼ି.....
ସେ ହିଁ ତ ନାରୀ....।।