Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bunee Tripathy

Others

4  

Bunee Tripathy

Others

ପ୍ରେମର ସପ୍ତାହ

ପ୍ରେମର ସପ୍ତାହ

1 min
8



ପ୍ରୀତିର ମହ୍ଲାର ଗାଇ

ତୁମକୁ ମୁଁ ସଦା ଝୁରୁଥାଇ

କାହିଁକି କେଜାଣି

ପ୍ରେମ ଦିବସରେ ମନେପଡ

ବାରବାର ସ୍ମୃତିର ଗୋଲାପ ଭଳି ।

ତୁମେ ଯେ ମୋତେ ଭଲପାଅ

ଏକଥା ଅନୁଭବ କରିନି କେବେ

ତଥାପି ସମସ୍ତଙ୍କ ସହ

ସାମିଲ ହେବାପାଇଁ

ହେଇପାରେ ବାହାନା ମୋ ପାଇଁ ।


ମୁଁ ତା ରାଧା ନୁହେଁ

ଅବା ତୁମେ କୃଷ୍ଣ ନୁହଁ

କାହିଁକି ସଜାଡିବ

ମୋ ପାଇଁ ସେ କୁଞ୍ଜବନ..

ତୁମେ ନା କେଦାର ହେଇପାରିବ

ନା ମହୀପାଳ,ଅବା ଆଦାମ

ତୁମେ ତ ପ୍ରେମ ନାମେ

ଖୋଜିବୁଲ ଦେହ.

ଭାବିଥିଲି ଦିନେ

ପ୍ରେମ ପାଇଁ ସାଜିବି ଗୌରୀ

ଅବା ସୋନି କିମ୍ବା ଇଭ

ନାପାରିଲି ନାହିଁ

ଥକିପଡିଲି ସ୍ବାର୍ଥ ରୂପି ପ୍ରେମରେ ।


ନାଲି ଗୋଲାପକୁ ଖୋଜାପଡେ

ଆସେ ଯେବେ.

ପ୍ରେମର ସପ୍ତାହ.

ତୁମେ ବି ଆସୁଥିଲ.

ହାତେ ଧରି ଗୋଲାପ ସ୍ତବକ

ଗୋଲାପର ସୌନ୍ଦର୍ଯ୍ୟ କୁ

ଉପଭୋଗ କରିବାକୁ

କ୍ଷତାକ୍ତ ହେବାକୁ ପଡ଼େ

ଗୋଟି ଗୋଟି ପାଖୁଡା କୁ

ଅଲଗା କରିବାର ପରେ

ଗୋଲାପ ଲଜ୍ୟାରେ

ଜାବୁଡ଼ି ଧରେ ତାର

ଶେଷ ପାଖୁଡା କୁ

ହେଲେ ହାରିଯାଏ.

କାହିଁକି ନା ପ୍ରେମ ଏଠି ହୁଏ

ଆହୁରି ନିବିଡ଼

ଶରୀରରେ ନଥିଲେ ଗୋଟିଏ ବି ବସ୍ତ୍ର ।

ଏ ତ ଏଯୁଗର

ପ୍ରେମର ସଂଜ୍ଞା ।


ତୁମେ କାହା ସହ କେତେବେଳେ

ରଚୁଥାଅ ପ୍ରେମର ସେ ରାସ

ଛଳନାର ମୁଖା ପିନ୍ଧି

ଠକିପାର ଦୁନିଆକୁ ।

ହେଲେ ଦିନ ଆସିବ

ପତଙ୍ଗ ପରି ଝାସ ଦେବ

ସେହି ଅଗ୍ନିରେ

ଯାହା ଦିନେ ରଚିଥିଲ ତୁମେ ।

ପ୍ରେମ ଦେହ ନୁହେଁ

ଖୋଜୁଥାଏ ମନ

ଯାହା ରହିଥିବ

ଚିର ଅମଳିନ ।


Rate this content
Log in