Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bunee Tripathy

Others

4  

Bunee Tripathy

Others

ପ୍ରତିକ୍ଷିତଙ୍କ ସ୍ବପ୍ନ

ପ୍ରତିକ୍ଷିତଙ୍କ ସ୍ବପ୍ନ

1 min
7



ଅନେକ ପ୍ରତୀକ୍ଷାର ପରେ

ଆଗମନ କଲ

ପାଦ ଚିହ୍ନ ସବୁ ଦେଉଛନ୍ତି ସାକ୍ଷୀ

ତୁମେ ଓହ୍ଲାଇ ଆସିଛ

ସେହି ପାରିଜାତ ଭରା

ଉଦ୍ୟାନ ଭିତରୁ

ଐରାବତ ହୋଇଅଛି ଠିଆ

ଗଳାଇବ ଫୁଲମାଳ

କରିବ ସ୍ବାଗତ ।


ହିମାଳୟ ଉହାଡରୁ

ଉଠିଆସୁଥିବା ବାଳ ସୂରୁଜ

ବିଞ୍ଚି ଦେଉଛି ମୁରୁଜ

ହସି ଉଠିବ ତୁମ ଚଲାପଥ

ତୁମକୁ ନେଇ ଦେଖିଥିବା ସ୍ବପ୍ନ

କେବେ ପାଲଟି ନଯାଉ

କାହାପାଇଁ ଦିବା ସ୍ବପ୍ନ

ତୁମେ ଯେ ଆଗତ ଆଶାର

ଜଉମୁଦ ସିନ୍ଧୁକ ।

ଶାମୁକା ଗର୍ଭରେ ଲୁଚିଥିବା

ମୋତି ପରି ତୁମେ

ଚମକି ଉଠ ସଭିଙ୍କ ପାଇଁ

ଏଇତ ଆଗମନ ଅତିଥିଙ୍କ ପାଇଁ

ପ୍ରତିକ୍ଷିତଙ୍କ ସ୍ବପ୍ନ ।




Rate this content
Log in