STORYMIRROR

Prafulla Chandra Mishra

Romance

3  

Prafulla Chandra Mishra

Romance

ଜହ୍ନରେ ଦିଶୁଛି ତୁମେ

ଜହ୍ନରେ ଦିଶୁଛି ତୁମେ

1 min
218


ସରସୀଜ ସଜ କୁସୁମ ଲପନା

ଚମ୍ପକ ବରଣୀ ତୁମେ ଅନୁପମା

    ପ୍ରେମ ନଦୀ ତୀରେ ବେଳାଭୂମି ମୁଁ ଯେ

    ତୁମେ ନୀଳ ଉର୍ମୀ ମାଳା ଗୋ ବରେଣ୍ୟା

ଚୂର୍ଣ୍ଣ ଘନ ଦୀର୍ଘ କେଶିନୀ ସୁନ୍ଦରୀ

       ଆଗୋ ନୀଳୋତ୍ପଳା ନୟନା

ସରସୀଜ ସଜ କୁସୁମ ଲପନା ।


ବିମ୍ଵୋଷ୍ଠୀ ସୁଧିରା ଚଞ୍ଚଳା ଅବଳା

ଲବଣୀ ପିତୁଳା ଅବା ଚନ୍ଦ୍ରକଳା

       କୋକିଳ ପଞ୍ଚମ ସ୍ଵର ଅନୁପମ

       ମନକୁ କରେ ଚୋରୀ ନବ ଛଇଳା

ଚାରୁକଳା ଶିଳା କରଇ ବାଉଳା

        ସୁଧର୍ମା ସଭାର ସେ କି ଅପ୍ସରା

ବିମ୍ଵୋଷ୍ଠୀ ଚଞ୍ଚଳା ନବ ଛଇଳା ।


ଅମ୍ଵରେ ମେଦୁର ବନରେ ମୟୂର

ଅଭୁଲା ପିରତୀ ନାହିଁ ପଟାନ୍ତର

        ଇନ୍ଦୁ କୁମୁଦିନୀ ମାର୍ତ୍ତଣ୍ଡ ପଦ୍ମିନୀ

        ତେମନ୍ତେ ତୁମେ ମୋ ପ୍ରିତି ମନ୍ଦାକିନୀ

ପଣତ ଘୋଡାଇ ବାନ୍ଧିଛ ମାନିନୀ

           ମୋତେ କରି ଗଳା ମାଳ

ଅମ୍ଵରେ ମେଦୂର ବନରେ ମୟୂର । 


ଦଶଦିଶେ ଦିଶେ ତୁମରି ଛଟକ

ବିଦେଶି ପଥିକ ହୁଅଇ ଅଟକ

        ରୁଚିର ଲାବଣ୍ୟ ଅପରୂପ ରେଖ

        ଦିଶଇ ସତେକି ମୋନାଲିସା ଚିତ୍ର

ସୁରମ୍ୟ ବିଥି ରେ ଫୁଲର ମହକ

          ପୁଷ୍ପ ରେଣୁ ଝରା ଝଲକ

ଦଶଦିଶ ଦିଶେ ତୁମରି ଛଟକ ।


ମୋ ଦେହର ଛାଇ ସମ ପ୍ରତିକ୍ଷଣେ

ତୁମେ ଅଛ ସଖୀ ଥିବ ମୋ ଜୀବନେ

            ଅଭୁଲା ତୁମର ମୋର ୟେ ବନ୍ଧନ

            ତୁମେ ମୋ ଜୀବନ ନିଦାଘେ ଚନ୍ଦନ

ଯେଣେ ଚାହେଁ ତେଣେ ଦିଶୁଛ ସଜନୀ

                ଏବେ ଜହ୍ନରେ ଦିଶ ତୁମେ

ମୋ ଦେହର ଛାଇ ସମ ପ୍ରତିକ୍ଷଣେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance