ଯଉବନ ଥରେ ଗଲେ ଆସେନା
ଯଉବନ ଥରେ ଗଲେ ଆସେନା
ଭୂମିବକ୍ଷେ ପାଦଥାପେ କେତେ ସ୍ବପ୍ନ ନେଇ
ମନେ ଉନ୍ମାଦନା ହୃଦ ଆତ୍ମଲଗ୍ନା ହୁଏ
ବଦଳେ ଅସ୍ତିତ୍ବର ପରିଭାଷା ମନସତ୍ତ୍ୱ ଭାଷା
ବ୍ୟକ୍ତିତ୍ୱର ମନଲୋଭା ଆକର୍ଷଣ ।
ସେ ଲାଜେ ଲାଜେ ବୟସର ସିଡିଚଢ଼ି
ଯୌବନର ସାଜ ପିନ୍ଧେ ସତେ
ଥରେ ଗଲେ ଆସିବନି ଆଉ ଫେରି
ମନେ ମନେ ଗୁଣି ହୁକେତେ ।
ତାରୁଣ୍ୟ... ତରଳ ତନୁ ଲତା
କାଳବଳେ ସଲ୍ଲଜରେ ଝାଉଁଳେ
ମୁଗ୍ଧ ମଧୁର ମୃଦୁ ହାସ୍ୟ ସତେ
ମନଜିଣେ ମୁଖଚାତୁରୀରେ ।
ମଧୁର ବସନ୍ତ ଋତୁ ପ୍ରବେଶି
କୋଇଲିର ଟାଣ କର୍ଣ୍ଣେ ଗୁଞ୍ଜେ
କାନନେ ପରିପୂର୍ଣ୍ଣ ମଲ୍ଲୀ, ମାଧବୀ,
ମକରନ୍ଦ କବରୀରେ ସଧିରରେ ସଜେ ।
ମାଦକିତ ଯଉବନ ନିଜକୁ
ମତ୍ତକାଶିନୀ ଭାବି ଅନୁଭବୀଯାଏ
ସବୁକିଛି କ୍ଷଣସ୍ଥାୟୀ ଋତୁ ଆସେ ଋତୁ ଯାଏଁ
ସମୟ ସୁଅରେ ସେ ଭାସେ
ଅତିକ୍ରମିତ ଝରଣା ଜଳ ନଦୀ ଦେଇ
ସାଗରରେ ମିଶେ ।
ଥରେ ଗଲେ ଆସିବନି ଆଉ ଫେରି ଜାଣେ
ବୟସ ଯେ ରୁଗ୍ଣ ହୁଏ ଆୟୁଷ ହେଉଛି କ୍ଷୀଣ
ସ୍ଥିରତାର ରହଣି ଯେ ସ୍ୱଳ୍ପ
ସତରେ କି ଯୌବନ ଫେରିବ ପୁଣ
ଆହ୍ଲାଦିତ ମନ ନେଇ ଉନ୍ମାଦିତ ପ୍ରାଣ ।
ପଛକୁ କେବେ ନ ଫେରେ ଏ ଯଉବନ
ମୁଠାରୁ ବାଲି ସରେ ଧୀରେ ଧୀରେ
ପଣକରି ସମୟର ମୂଲ୍ୟ ଯେ ବୁଝିବ
ଯଉବନ ହେବ ସ୍ୱର୍ଗ ତାର ।