STORYMIRROR

Kalpana Kumari Pradhan

Romance

3  

Kalpana Kumari Pradhan

Romance

ତୁମ ସହ ପ୍ରୀତି

ତୁମ ସହ ପ୍ରୀତି

1 min
241

ଯେଉଁ ଚେହେରା ଦିନେ ଥିଲା ଅପରିଚିତ

   ଅତି ଆପଣାର ସିଏ ଆଜି 

 ଭଲ ପାଇଛି ସେ ନିଜଠୁ ଅଧିକ

   ହୃଦୟର ବନ୍ଧୁ ସାଜି l

ପ୍ରୀତି ମଧୁବନେ ହୋଇଥିଲା ଆମ ଦେଖା

   କାହିଁକି କେଜାଣି ଲାଗିଲ ନିଜର

କହିଗଲ କେତେ ଗୋପନ ବାରତା ନୟନେ

  ଖେଳାଇଲା ମୃଦୁ କମ୍ପନ ସମୀର l

ଅପରିଚିତରୁ ପରିଚିତ ହେଲ କ୍ଷଣେ

 ପୀରତି ଝରଣା ଝରାଇ ମନେ

କରିଥିଲ ସାଥୀ ସାରା ଜୀବନକୁ

   ମଙ୍ଗଳ ମୟ ଶୁଭ ଲଗନେ l

ଲତା ପାଇଁ ତରୁ ହୋଇଥାଏ ଜରୁରୀ

  ସାଗରର ଢେଉ ମାଡିଆସେ

ଯେସନ କରିବାକୁ କୂଳକୁ ଚୁମ୍ବନ

   ସ୍ଥାନ  ଦେଇଥାଏ ସଦା ପାସେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance