ତୁମ ଆଖିର ସୌନ୍ଦର୍ଯ୍ୟ
ତୁମ ଆଖିର ସୌନ୍ଦର୍ଯ୍ୟ
ମୋ ସୁନ୍ଦର ଆଖିର ମଖମଲି ଶେଯେ
ତୁମେ ସୁନ୍ଦର ସ୍ମୃତି ଟିଏ
ଯେତେ ଯାଏ ପାଶେ ଯାଅ ଚାଲି ଦୂରେ
ତୁମ ସ୍ନିଗ୍ଧ ଭାବନାରେ
ମୁଁ ନିଜକୁ ସପ୍ତ ରଙ୍ଗରେ ସଜାଇ ଦିଏ ।
ସପନରେ ଆସି ଗୋପନେ ଯେବେଗୋ
ଛୁଇଁଯାଅ ମୋତେ ଧୀରେ
ଶିହରିତ ହୁଏ ତନୁ ମନ ମୋର
ତୁମ ମିଠା ପରଶରେ ।
ଜୀବନ ମୋଡରେ ଜୀଇଁବାର ମାନେ
ଆସି ଶିଖାଇଛ ତୁମେ
ତୁମରି ଆଖିର ସୌନ୍ଦର୍ଯ୍ୟରେ ଭିଜି
ହଜିବାକୁ ପ୍ରତିକ୍ଷଣେ ।
ତୁମ ଆଖିର ସୌନ୍ଦର୍ଯ୍ୟ ଏଡେ ମନମୁଗ୍ଧ
କେବେ ସରେନାହିଁ ଦିନରାତି
ଆକାଶରୁ ମାଟି ମାଟିରୁ ଆକାଶ
ତାର ଖିଅ ପରା ଅଶରନ୍ତି ।