STORYMIRROR

Puspanjali Panda

Romance

3  

Puspanjali Panda

Romance

ପ୍ରେମରେ ବଞ୍ଚିବା

ପ୍ରେମରେ ବଞ୍ଚିବା

1 min
200

ଗୋଧୂଳି ବେଳାର ସୁନାଖରା ମାଖି

ନଈପଠା ଆଖିମାରେ

ଶିହରଣ ଆଣେ ଲାଜ ରେଣୁ ବୁଣେ

ଠିଆ ଠିଆ ଝୁଣ୍ଟିପଡେ।


ତୁମକୁ ନେଇ ମୁଁ ସପନ ଦେଖୁଛି

ଭାବେ କେତେ କଥା ମନେ

ଗାଉଛି ମହ୍ଲାର ଆହ୍ଲାଦର ସ୍ୱର

ପ୍ରେମର କଥା ବଖାଣେ।


ଧାର ଧାର ଝରେ ଲୁହର ବର୍ଷାରେ

ଭିଜିଯାଏ ତନୁମନ

ଓଠ ପିଉଥାଏ ଆଶା ବହୁଥାଏ

ବ୍ୟାକୁଳ ହୁଏ ଜୀବନ।


 ହେ ହୃଦୟଶ୍ବର 

ଦୋଷ ମୋ ନଧର

ବଞ୍ଚିଛି ମୁଁ ସବୁ ତୁମେ।


ପରମାର୍ଥ ଲୋଡ଼ା

ମୋ ପାଇଁ ଅଲୋଡ଼ା

ଜୀବନ ତୁମରି ନାମେ।


ସ୍ନେହ ପ୍ରେମ ସୁଖ ଚାହେଁ ସିନା ଦେହ

ମନ ଆନ କଥା କହେ

ପ୍ରେମକରେ ବୋଲି ଆଶା ଯିବି ଭୁଲି 

ଏମିତି ଜୀବନ ଜିଏଁ।


ଆଖି ପଲକରେ ପଲକ ପଡିନି

ତୁମ କୁ ଦେଖିଲାପରେ

ସପନ ଦେଖୁଛି ଏବେବି ତୁମକୁ

ଶେଷ ହେବ ଜୁଇଧାରେ।


ପ୍ରରମରେ ପ୍ରେମରେ ବଞ୍ଚିଵାରେ ନିଶା

ଆଉ ସବୁ ନିଶା ମିିିଛ

ତୁମେ ତ ସୁନ୍ଦର ଲଗାଅ ହୁନ୍ଦର

ସବୁ ତୁମ ଆଗେ ତୁୁୁଛ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance